Breaking News

ଦିବ୍ୟାଙ୍ଗ ଜଗନ୍ନାଥ ସମରକଳା ଦେଖାଇଲେ

ବେଗୁନିଆ---  ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚ।।ୟତ ଅନ୍ତର୍ଗତ ଗଡଗୁଡୁମ ଗ୍ରାମର ନିରଞନ ମହାପାତ୍ରଙ୍କ ସାନପୁଅ ଜଗନ୍ନାଥ (୧୬)  ଅଟନ୍ତି ।  ପିଲାବେଳୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ମନରେ କେବେ ମଧ୍ୟ  ନିରାଶ ହୋଇ ନାହାନ୍ତି । ଭାଗବତରେ ଲେଖାଅଛି ‘’ପଙ୍ଗୁ ଲଂଘୟତେ ଗିରି ‘’ଉକ୍ତିଟି ଜଗନ୍ନାଥଙ୍କ କ୍ଷେତ୍ରରେ ଘଟିଛି । ପିଲାବେଳୁ ପାଇକଗୁରୁ ସମୀର ସୁନ୍ଦରାୟ ପାଇକ ଆଖଡାରେ ସାମିଲ କରି  ଜଗନ୍ନାଥଙ୍କୁ  ଅସୀ ଚାଳନା  ଓ ସମରକଳା ଖେଳକୁ ପ୍ରଦର୍ଶନ କରିବା ପାଇଁ ପ୍ରେରଣା ଦେଇଥିଲେ । ତାଙ୍କର ଦୁଇ ହାତରେ କ୍ରିକେଟ ଓ ସାଇକେଲ,ମୋବାଇଲ  ଚାଳନା ସହ ଦୈନନ୍ଦିନ କାର୍ଯ୍ୟକୁ ଅତି ସହଜରେ କରିପାରିଥାନ୍ତି ।  ଦିବ୍ୟାଙ୍ଗ ଜଗନ୍ନାଥଙ୍କ ପ୍ରବଳ ଇଚ୍ଛା ଶକ୍ତି ଓ ଦୃଢ ମନୋବଳ ଯୋଗୁ ସେ ଆଜି ପାଇକ ଖେଳର ଅସୀ ଚାଳନା  ଭଳି ଖେଳ କରିପାରୁଛନ୍ତି  । ଜଗନ୍ନାଥଙ୍କୁ ପଚାରିଲେ କୁହନ୍ତି  ଆଗକୁ ଆହୁରି ବିଭିନ୍ନ ଦୁଃସାହାସିକ ଖେଳ ପ୍ରଦର୍ଶନ କରି ଦେଖାଇବେ ବୋଲି ଆଶା ରଖିଛନ୍ତି  ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Popular Posts