Breaking News

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

ବେଗୁନିଆ---- ବେଗୁନିଆ ଥାନା ଅନ୍ତର୍ଗତ କବିତୀର୍ଥ ସାନପଦର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗୀନାଥ ନାୟକ (୭୮)ଙ୍କର ବର୍ଷରେ ପରଲୋକ ଘଟିଯାଇଛି । ଦୀର୍ଘଦିନଧରି ଶରୀର ଅସୁସ୍ଥ ରହୁଥିବା ଯୋଗୁଁ ଭୁବନେଶ୍ୱରର ଏକ ପ୍ରାଇଭେଟ ଚିକିତ୍ସାଳୟରେ ଚିକିତ୍ସାଧିନ ଥିଲେ । ଆଜି ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ଘଟିବା ଖବର ପ୍ରଚାରିତ ହେବା ପରେ  ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁରେ ସମାଜସେବୀ  ପ୍ରଦୀପ କୁମାର ସାହୁ, କିଶୋର କୁମାର ସାହୁ,ଦୁର୍ଗା ଚରଣ ସୁବୁଦ୍ଧି,ରଘୁନାଥ ସାହୁ,ବୈକୁଣ୍ଠ ସ୍ୱାଇଁ ପୁର୍ବତନ ସରପଞ୍ଚ  ବିଜୟ କୁମାର ସାହୁ ଓ ଶିକ୍ଷକ ନେତା ଶ୍ରୀକାନ୍ତ କୁମାର ନାୟକଙ୍କ ସମେତ ବହୁ ଅନ୍ୁଷ୍ଠାନର କର୍ମକର୍ତା ମାନେ ଶୋକପ୍ରକାଶ କରିଛନ୍ତି । ସେ ଜଣେ ଏକାଧାରାରେ ଜଣେ ମେଳାପୀ,ପରୋପକାରୀ,କର୍ତବ୍ୟନିଷ୍ଠ,ନିସ୍ୱାର୍ଥ ମନୋଭାବ,ଧର୍ମପରାୟଣ  ଓ ବଦାନ୍ୟ ବ୍ୟକ୍ତି ଭାବରେ ଅଞ୍ଚଳରେ  ଜଣାଶୁଣା ଥିଲେ । ତାଙ୍କ ମରଶରୀର ଗ୍ରାମକୁ ଅଣାଯିବା ପରେ ଗ୍ରାମ ପରିକ୍ରମା କରାଯାଇ ପୁତ୍ର ଆଲୋକ କୁମାର ନାୟକ ଗ୍ରାମ ମଶାଣିରେ ମୁଖାଗ୍ନି ଦେବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । 
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

Popular Posts