Breaking News

ରମାଦେବୀଙ୍କ ୧୨୧ତମ ଜୟନ୍ତୀ ପାଳିତ

ବରୀ----ଯାଜପୁର ଜିଲ୍ଲା ବରୀବ୍ଲକ ଅନ୍ତର୍ଗତ ମେଦୁଆ କୂଳସ୍ଥିତ ଅଜାଣବନ ଶୋଭନୀୟ ଶିକ୍ଷାଶ୍ରମ ଠାରେ ମା ରମା ଦେବୀଙ୍କର ୧୨୧ ତମ ଜୟନ୍ତୀ  ପାଳିତ ହୋଇଯାଇଛି । ମା ରମା ଦେବୀଙ୍କ ସେବା ସଂଗ୍ରାମ ଓ ତ୍ୟାଗର ମୃତିମନ୍ତ୍ର ପ୍ରତିକ ଥିଲେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ  । ବ୍ରାହ୍ମଣୀ ବଞ୍ଚାଅ ଅଭିଯାନର ଆବାହକ ଲୋକନାଥ ଦାସଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥ ଭାବେ ଅବସରପ୍ରାପ୍ତ ଶିକ୍ଷକ କୁଳମଣୀ ଶୁକ୍ଲ ô ଛାତ୍ରଛାତ୍ରୀମାନଙ୍କୁ ମା ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ । ମୁଖ୍ୟବକ୍ତା ଭାବେ କୁଞ୍ଜବିହାରୀ  ଦାଶ ରମାଦେବୀଙ୍କ ଜୀବନ ଇତିହାସ ଉପରେ ସକ୍ଷିପ୍ତ ବିବରଣୀ ରଖିଥିଲାବେଳେ ସମ୍ମାନୀତ ଅତିଥି ରମାକାନ୍ତ ମଣ୍ଡଳ ସେବା ଓ ତ୍ୟାଗର ସହିତ ଜୀବନ ବିତାଇବାକୁ ଛାତ୍ର/ଛାତ୍ରୀ ମାନଙ୍କୁ ଅନୁପ୍ରାଣିତ କରାଇଥିଲେ । ଶିକ୍ଷାଶ୍ରମର ପ୍ରତିଷ୍ଠାତା ଡ଼ ନୃଂସିହ ଚରଣ ବେହେରା ,କୃଷ୍ଣ ଚନ୍ଦ୍ର ଘଡାଇ,ଗୋପୀନାଥ ଦାସ,ସାମାଜିକ କର୍ମୀ ସତ୍ୟ ରଂଜନ କର,କରୁଣାକର ପ୍ରଧାନ,ମିହିର ଜେନା,ଉମାକାନ୍ତ ଦାସ, ଦୂର୍ଯ୍ୟୋଧନ ଜେନା, ସମାଜସେବୀ, ବୃଦ୍ଧିଜୀବି, ଅଜାଣବନ ଶିକ୍ଷାଶ୍ରମର ଶିକ୍ଷକ/ଶିକ୍ଷୟତ୍ରୀ,ଛାତ୍ର/ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ମା ରମାଦେବୀଙ୍କ ଫଟୋ ଚିତ୍ରରେ ପୂଷ୍ପମାଲ୍ୟ ଦେବା ସହିତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଙ୍ଗୀତ ଓ ବକ୍ତୁତା ପ୍ରତିଯୋଗୀତା କରାଯାଇଥିଲା । ସଭା ଶେଷରେ ସର୍ବ ଧର୍ମ ପ୍ରାର୍ଥନା ସହିତ ମକର ଧ୍ୱଜ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । 
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ

Popular Posts