ସାକ୍ଷୀଗୋପାଳ ଇ-ନାମ ନଡିଆ ବଜାର ବାତ୍ୟା ପରଠାରୁ ଅଚଳ
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲାରେ ସାକ୍ଷୀଗୋପାଳ ନଡିଆ ଚାଷ ପାଇଁ ବେଶ ପରିଚିତ । ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ନଡିଆ ଚାଷୀ ମାନେ କିଣା ବିକା ଆରମ୍ଭ କରାଯାଇଥିଲା । ଏହି ନିୟନ୍ତ୍ରିତ ବଜାର କମିଟି ନଡିଆ କିଣା ବିକା କରି ବେଶ ସୁନାମ କରିବା ସହ ନଡିଆ ବଜାର ପାଇଁ ବେଶ ରାଜ୍ୟ ରେ ବେଶ ପରିଚିତ । ରାଜ୍ୟ ସରକାର ବିଭିନ୍ନ ନିୟନ୍ତ୍ରିତ ବଜାରକୁ ଇ-ନାମ ରେ ସାମିଲ କରିଥିଲେ । ମାତ୍ର ନଡିଆ ବଜାରକୁ ପ୍ରଥମ କରି ଇ-ନାମ ବ୍ୟବସ୍ଥା କରାଯାଇଥିଲା ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାରକୁ । ମାତ୍ର ସବୁ ଠିକ ଠାକ ଚାଲିଥିବା ବେଳେ ଫାନି ବାତ୍ୟା ସବୁ ଉଡେଇ ନେଇଛି । ଯେଉଁଠି ରାତି ପାହିଲେ ବ୍ୟବସାୟୀଙ୍କ ଠାରୁ ନଡିଆ ଚାଷୀ ମାନଙ୍କର ଗହଳି ଲାଗିଥିଲା । ଏବେ ସେହି ଯାଗାରେ କାଉ ଉଡୁଛନ୍ତି । ମାତ୍ର ଏବେ ଇ-ନାମ ବଜାର ଅଚଳ କହିଲେ ଅତ୍ୟୁକ୍ତି ହେବନାହିଁ । ସାତ ମାସ ତଳେ ହୋଇଥିବା ବାତ୍ୟାର ପ୍ରକୋପ ଏବେ ସାକ୍ଷୀଗୋପାଳରେ ଦେଖିବାକୁ ମିଳିଛି । କର୍ମଚାରୀ ଠାରୁ ବ୍ୟବସାୟୀ ମାନେ ହାତ ବାନ୍ଦି ବସିଛନ୍ତି । କେଉଁଦିନ ଗୋଟିଏ ବା ଦୁଇ ଗାଡି ନଡିଆ ବଜାରକୁ ଆସୁଛି । ନଡିଆ ଗୋଟା ପ୍ରତି ପ୍ରାୟ ୧୪ ଟଙ୍କାରୁ ୧୫ ଟଙ୍କା ରହିଛି । ନଡିଆ ଦର ଥିବା ବେଳେ, ଗଛରେ ନଡିଆ ନାହିଁ । ଏକ ସୁଚନାଅନୁଯାୟୀ ଗତ ବର୍ଷ ନଭେମ୍ବର ମାସରେ ୧୦ ଲକ୍ଷରୁ ଅଧିକ ନଡିଆ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ଇ-ନାମ ଜରିଆ କିଣା ବିକା କରିଛି । ଏ ବର୍ଷ ଉକ୍ତ ବଜାରରେ ୬୨ ହଜାର୩୯୬ ଗୋଟି ନଡିଆ ବିକ୍ରୟ ହୋଇଥିବା ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ହିସାବନୀରିକ୍ଷକ ଜଗତ ଜ୍ୟୋତି ସାହୁ ସୂଚନା ଦେଇଛନ୍ତି । ଏହି ନଡିଆ ଗୁଡିକ ଚନ୍ଦନପୁର, ମାଳତୀପାଟପୁର, ଡେଲାଙ୍ଗ, ତେଇଶିପୁର, ବାଲିପୁଟ, ଅଲଣ୍ଡାଗ୍ରାମ, ବ୍ରହ୍ମଗିରି, ମକୁନ୍ଦପୁର, ମଙ୍ଗଳପୁର ସହିତ ସାକ୍ଷୀଗୋପାଳରୁ ଏହି ନଡିଆ ବିକ୍ରୟ କରାଯାଇଛି । ବିଶେଷ କରି ଫାନି ବାତ୍ୟାରେ ନଡିଆ ଗଛ ଗୁଡିକ ଭାଙ୍ଗିଯିବା ସହିତ ଯେଉଁ ଗଛ ବଞ୍ଚିଯାଇଛି ସେ ଗଛରେ ଫଳ ଆସୁନାହିଁ ଯାହାକି ନଡିଆ ଉପରେ ନିର୍ଭର କରି ଚଳୁଥିବା ପରିବାର ଓ ନଡିଆ ବ୍ୟବସାୟୀ ମାନେ ଏବେ ଘୋର ଅର୍ଥ ଅନଟନରେ ରହିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି