Breaking News

ଦାସିଆ ବାଉରି ପୀଠରେ ମାସିକିଆ ଆଲେଚନା ଚକ୍ର

ଡେଲାଙ୍ଗ -----ବାଲିଗାଁ ସ୍ଥିତ ଭକ୍ତ ଦାସିଆ ସ୍ମୃତି କମିଟିର ମାସିକିଆ ଆଲେଚନା ଚକ୍ର ଭକ୍ତ ଦାସିଆ ବାଉଣି ପୀଠରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡା, ଅଶୋକ କୁମାର ମହାନ୍ତି ସଭାରେ ଅଧ୍ୟକ୍ଷତା କରିଥିଲେ  । ଭୁବନେଶ୍ୱରର ଇନ୍ଦିରା ମିଶ୍ରଙ୍କ ଦ୍ୱାରା ଏକ ମୂର୍ତ୍ତି ଓ ଶାଳଗ୍ରାମ ଶ୍ରୀଜଗନ୍ନାଥ ମନ୍ଦିରକୁ ସମର୍ପିତ କରିଥିଲେ  । ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ଆଚାର୍ଯ୍ୟ  ଲକ୍ଷ୍ମୀଧର ପାଢ଼ୀ, ସହଯୋଗୀ ରାମ ମାନସ ମିଶ୍ରଙ୍କ ଦ୍ୱାରା ପ୍ରତିଷ୍ଠା କରାଯିବା ସହ ସଂକୀର୍ତ୍ତନ କରାଯାଇଥିଲା  । ବିଭୁତି ପଟ୍ଟାନୟକଙ୍କ ରଚିତ ଭକ୍ତ ଦାସିଆର ପାଣ୍ଡୁଲିପିକୁ ମହାପ୍ରଭୁଙ୍କୁ ସମର୍ପିତ କରାଯାଇଥିଲା  ।  ତିରୋଧାନ ଦିବସ ଆସନ୍ତା ଫେବୃଆରୀ ୫ ତାରିଖରେ ଭୁବନେଶ୍ୱର ଠାରେ ପାଳିତ କରାଯିବା ପାଇଁ ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି । ଏହାର ଦାୟତ୍ୱ ଇଣ୍ଟରନ୍ୟାସନାଲ ସେଣ୍ଟରର ଅଧ୍ୟକ୍ଷ ପରେଶ ନାୟକ ଙ୍କୁ ଦାୟତ୍ୱ ଦିଆଯାଇଛି । ଠାକୁରଙ୍କ ନୀତିକାନ୍ତ ପାଇଁ ଆର୍ଥକ ସହଯୋଗ ଓ ବାଦନ୍ୟ ବ୍ୟକ୍ତି ବିଶେଷ ଆଗେଇ ଆସିବାକୁ ଅନୁଷ୍ଠାନର ସମ୍ପାଦକ ଡ. ଘନଶ୍ୟାମ ସ୍ୱାଇଁ ଅନୁରୋଧ କରିଥିଲେ  । ଆଲେଚନାରେ କିଟସ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନମିଶ୍ର, ବିଜୟ କୁମାର ଦାସ, ରୋଟାରିୟାନ ଜୟ ପ୍ରକାଶ ମିଶ୍ର, ହୃଷିକେଶ ଜେନା, ସୁଦର୍ଶନ ଦାସ, ସ୍ୱୟୟଂ ପ୍ରକାଶପରିଡା, ରମେଶଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts