Breaking News

ସତ୍ୟବାଦୀରେ ବିଭିନ୍ନ ଅଞ୍ଚଳରେ କୁରାଳ ପଞ୍ଚମୀ ପାଳିତ

 ସାକ୍ଷୀଗୋପାଳ -----ସତ୍ୟବାଦୀ ବ୍ଳକରେ ବିଭିନ୍ନ ସ୍ଥାନରେ କୁରାଳ ପଞ୍ଚମୀ ପର୍ବ ପାଳିତ ହେଉଛି । ବିଶେଷ କରି ଯେଉଁ  ଗ୍ରାମ ମାନଙ୍କରେ ବା ସାହିରେ କୁମ୍ଭାକାର ମାନେ ରହିଛନ୍ତି ସେମାନେ ଏହି ପର୍ବ ପାଳନ କରୁଛନ୍ତି । ଏହି ପର୍ବ ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇଥାଏ  । ଏହି ପାଞ୍ଚଦିନରେ କୌଣସି କୁମ୍ଭାକାର ମାନେ କାମ କରିନଥାନ୍ତି । ବାହ୍ମଣ ମାନଙ୍କ ଦ୍ୱାରା ମୂର୍ଣ୍ଣୟ ଲକ୍ଷ୍ମୀନାରାୟଣ ମୂତ୍ତି ପୂଜା କରାଯାଉଛି । ଏହି ଅବସରରେ ରଙ୍ଗ ବେରଙ୍ଗ ଆଲୋକ ମାଳ ସଜାଯାଇଛି ।  କୁମ୍ଭାକର ପରିବାରର ସଦସ୍ୟ ମାନେ ପାଞ୍ଚିଦିନ ଧରି କୁରାଳ ପୁରାଣ ପାଠ ସହିତ  ତ୍ରିନାଥମେଳା, ଭଜନ ପରିବେଷଣ କରାଯିବା ସହ ମହିଳା ମାନେ ଧୂପଦୀପ ଦେଇ ବନ୍ଦାପନା କରୁଛନ୍ତି । ଘରେ ଘରେ ଚୁଡାଘଷା ସହିତ ଆରିସା, କାକେରା, ଏଣ୍ଡରୀ, ଇଟିଲି, ପିଠା ସହିତ କ୍ଷୀରି, ଘିଅଅନ୍ନ , ଶାଗ ମହୁରା ବେସର ଆଦି ଭୋଗ ଲଗାଯାଉଛି । ଆନନ୍ଦପୁର, ରାୟଚକ୍ରଧରପୁର, ପାରେକେଣା, ବଡବସନ୍ତ, ସମେଇପୁର, କେତକିପାଟଣା, ଜୟପୁର ଶ୍ରୀରାମଚନ୍ଦ୍ରପୁର , ପୋଡଙ୍ଗସାହି ଆନି ଗ୍ରାମରେ କୁରାଳ ପର୍ବ ମହାସମାରୋହରେ ପାଳିତ ହୋଉଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ

Popular Posts