 |
Baragarh |
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୫ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗଦେଇ ଥିବାବେଳେ ସମ୍ବାନୀତ ଅତିଥି ବିଜେପି ରାଜ୍ୟ ଉପ ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ,ବରଗଡ଼ଜିଲ୍ଲା ବିଜେପି ସଭାପତି ଡ଼ ଅରୁପାନନ୍ଦ ସାହୁ ମଞ୍ଚସିନ ଓ ମୂଖ୍ୟ ବକ୍ତା ଭାବରେ ଭୀମସାର ଡ଼ ଶଙ୍କର ରାମଚନ୍ଦାନୀ ଯୋଗଦେଇଥିଲେ। ମୂଖ୍ୟ ବକ୍ତା ଡ଼ ଶଙ୍କର ରାମଚନ୍ଦନୀଙ୍କ ଦ୍ୱାରା ଦ୍ବୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ସହ ପ୍ରଧାନ ଶିକ୍ଷକ ଅଜିତ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ଅତିଥି ମାନଙ୍କଦ୍ୱାରା କୁତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ପରେ ବିଦ୍ୟାଳୟର ସାଂସ୍କୃତିକ ପ୍ରମୁଖ ମାମି କର୍ମୀଙ୍କ ତତ୍ୱବାଧାନରେ ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା,ସେବକ ,ସେବିକା, କମିଟିର ସଦସ୍ୟ ବୃନ୍ଦ,ଅଭିଭାବକ , ଅଭିଭାବିକା ଗଣ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମର ବ୍ୟବସ୍ଥା ବିଦ୍ୟାଳୟର ସଭାପତି ଅଶୋକ କୁମାର ପଣ୍ଡାଙ୍କ ମାର୍ଗ ଦର୍ଶନରେ ହୋଇଥିଲା।ପରିଶେଷରେ ବିଦ୍ୟାଳୟର ସଂପାଦକ ହୃଷୀକେଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।