Breaking News

ଚନ୍ଦ୍ରମାଧବ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ;୨୨୦ ରନରେ ପିପିଲି ବିଜୟୀ

ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘର ସହଯୋଗରେ ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଉଛି । ମଙ୍ଗଳବାର ଦିତୀୟ ଲିଗ ମ୍ୟାଚରେ ପିପିଲି କ୍ରିକେଟ ଦଳ ବୃହତ ବ୍ୟବଧାନରେ ୨୨୦ ରନରେ ବାଲିଆ କ୍ରିକେଟ ଦଳକୁ ହରାଇ ସେମି ପାଇନାଲକୁ ପ୍ରବେଶ କରିଛି ।  ପିପିଲି  କ୍ରିକେଟ କ୍ଳବ  ଟଚ୍ଚ ଜିତି ପ୍ରଥମେ ବ୍ୟାଟିଂ କରି ୧୬  ଓଭରରେ ୭ ଉଇକେଟ ହରାଇ ୨୭୪ ରନ  କରିଥିଲେ  ।   ଜବାବରେ  କାଠପୋଲର ବାଲିଆ କ୍ରିକେଟ ଦଳ ୧୨.୨ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୫୪ ରନ କରିବାର ସକ୍ଷମ ହୋଇଥିଲା  ।  ପିପିଲି ଦଳର କରିମ ଖାନଙ୍କୁ     ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା  । ଛବି ପ୍ରଧାନ  ଓ ସୁବାସ ଜେନା  ମ୍ୟାଚ ପରିଚାଳନା କରିଥିଲେ  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Popular Posts