ବହୁ ଚର୍ଚିତ ସୂଚନା ଅଧିକାରୀ କର୍ମୀ ହତ୍ୟା ଘଟଣା: ଅନୁଧ୍ୟାନ କଲେ ଦକ୍ଷିଣାଞ୍ଚଳ ଆଇ.ଜି
ବାଲିଗୁଡା---- କନ୍ଧମାଳ ଜିଲ୍ଲା ବାଲିଗୁଡା ପାତ୍ର ସାହି ରେ ଚଳିତ ମାସ ୧୦ ତାରିଖ ଦିନ ସକାଳୁ ଅଭିମନ୍ୟୁ ପଣ୍ଡା ଙ୍କୁ ଦୁଇ ଦୁର୍ବୁତ୍ତ ଗୁଳି କରି ହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିଲା ।ଘଟଣା ଘଟିବାର ଦଶ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ସାମାନ୍ୟ ସୁଚନା ପାଇନାହିଁ । ମାତ୍ର ଲୋକମାନଙ୍କ ମନ ବୁଝିବା ଭଲି ଟେର ପାଇଛି ବୋଲି କହୁଛି । ଏ ନେଇ ଅଭିମନ୍ୟୁଙ୍କ ନିଜ ଗ୍ରାମ ଵାଟଗୁଡ଼ା ରେ ଗ୍ରାମବାସୀଙ୍କ ଦ୍ୱାରା ୫୯ନଂ. ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । କନ୍ଧମାଳ ଏସ.ପି.ପ୍ରତୀକ ସିଂ ଙ୍କ ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା । କିନ୍ତୁ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗିରହିଛି । ଏଣୁ ଗୁରୁବାର ଦିନ ଦକ୍ଷିଣାଞ୍ଚଳ ଆଇ.ଜି.ସତ୍ୟବ୍ରତ ଭୋଇଙ୍କ ସହ କନ୍ଧମାଳ ଏସ.ପି.ପ୍ରତୀକ ସିଂ ବାଲିଗୁଡା ରେ ପହଞ୍ଚି ଏସ.ଡି.ପି.ଓ ମାନସ ରଞ୍ଜନ ବାରିକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ପରେ ପରେ ଦକ୍ଷିଣାଞ୍ଚଳ ଆଇ.ଜି ଖବରଦାତା ଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ପୋଲିସ କୁ ମିଳିଥିବା ସୁରାକ କୁ ବେସ କରି ତଦନ୍ତ ଜାରି ରହିଛି । ଅଭିଯୁକ୍ତ କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ ଟିମ ଗଠନ କରି ଆମେ କିଛି ନିର୍ଦ୍ଧିଷ୍ଟ ସୂଚୀକୁ ନେଇ ତଦନ୍ତ ଜାରି ରହିଛି । ପୂର୍ବ ଶତ୍ରୁତା, ସୁପାରୀ କିଲିଂ ଭଳି ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । କନ୍ଧମାଳ ଏସ.ପି.ଙ୍କ ନେତୃତ୍ୱରେ ଏହି ତଦନ୍ତ ଚାଲିଛି କୌଣସି ଚାପରେ ପୋଲିସ ବଶବର୍ତ୍ତୀ ହୋଇନାହିଁ । ଆମେ ଠିକ ଦିଗରେ ତଦନ୍ତ ଚଳାଇଛୁ. ଆମେ ପରିବାର ଓ ସାଧାରଣ ଲୋକଙ୍କୁ ନିବେଦନ କରୁଛୁ ଯେ ପୋଲିସ କୁ ଆଉ କିଛି ଦିନ ସମୟ ଦିଅନ୍ତୁ , ଯଥାଶୀଘ୍ର ଅଭିଯୁକ୍ତ କୁ ଧରାଯିବ ବୋଲି ଆଇ.ଜି ସତ୍ୟବ୍ରତ ଭୋଇ କହିଛନ୍ତି । ଅନ୍ୟ ପକ୍ଷେ ପୋଲିସ ଏହି ପରି ସମୟ ନେଇ କେସ ପାଇଲି ବନ୍ଦ ହୋଇଯିବ ବୋଲି ଲୋକମାନେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି ।