ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ
ଡେଲାଙ୍ଗ ---- ଡେଲାଙ୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀତିଥିରେ ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିରର ବୋଧ ଶ୍ରେରୀର ଶିଶୁ ଭାଇଭଉଣୀ ଓ ସେମାନଙ୍କର ମା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ବାହାରି ଡେଲାଙ୍ଗ ଥାନା ନିକଟସ୍ଥ ବାବା ବିଶ୍ୱନାଥ ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଶ୍ରୀମଦ ଭାଗବତ ଗୀତାକୁ ସୁସଜିତ ବିମାନରେ ଘୋଷବାଦ୍ୟ ବଜାଇ ବଜାର ପରିକ୍ରମା କରିଥିଲେ । ବିଦ୍ୟାଳୟରେ ପୂଜକଙ୍କ ଦ୍ୱାରା ଏକ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ହିନ୍ଦୁବିଚାରଧାରା ଅନୁସାରେ ଶିଶୁ ମାନଙ୍କର ବିଦ୍ୟାରମ୍ଭ ସଂସ୍କାର କରାଯାଇଥିଲା । ଉପସ୍ଥିତ ମା ମାନେ ନିଜ ନିଜର ଶିଶୁ ମାନଙ୍କୁ କୋଳରେ ବସାଇପ୍ରଥମେ ଓଁକାର ଶିକ୍ଷା ଆରମ୍ଭ କରାଇଥିଲେ । ମା ହିଁ ଶ୍ରେଷ୍ଠ ଓ ପ୍ରଥମ ଗୁରୁ ବୋଲି ବିବେଚନା କରାଯାଇଥିଲା । ଶିଶୁ ବାଟିକାର ପ୍ରମୁଖ ମମତା ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନବ କିଶୋର ମହାପାତ୍ର ଓ ଅନ୍ୟ ଗୁରୁଜୀ , ଗୁରୁମା ମାନେ ସହଯୋଗେ କରିଥିଲେ । ବିଦ୍ୟାମନ୍ଦିରର ପୂର୍ବତନ ସମ୍ପାଦକ କିଶୋର ପ୍ରଧାନ, ସଭାପତି ଡ. ବସନ୍ତ କୁମାର ଦାଶ, ସମ୍ପାଦକସୁଶାନ୍ତ କୁମାର ବିଶ୍ୱାଳ , ଶିକ୍ଷାବିତ ସୂର୍ଯ୍ୟ ନାରାୟଣ ସେଠୀ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସମୂହ ପ୍ରସାଦ ସେବନ କରାଯାଇଥିଲା । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି