Breaking News

ଚନ୍ଦ୍ରମାଧମ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ;ରୂପଦେଇପୁର ୫ ଉଇକେଟରେ ବିଜୟୀ

ସାକ୍ଷୀଗୋପାଳ ----  ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘର ସହଯୋଗରେ ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ମ୍ୟାଚ  ସୋମବାର  ଥିଲା ଦ୍ୱିତୀୟ ପର୍ଯ୍ୟାୟ ଲିଗ ମ୍ୟାଚର ପ୍ରଥମ ଦିବସ  ।  ରୂପଦେଇପୁର ସହିତ ଯଶୁଆପୁର କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା   । ଯଶୁଆପୁର କ୍ରିକେଟ କ୍ଳବ   ପ୍ରଥମେ ବ୍ୟାଟିଂ କରି ୧୭ ଓଭର ୪ ବଲରେ ସମସ୍ତ ଉଇକେଟ ହରାଇ ୮୮ ରନ  କରିବାକୁ ସକ୍ଷମ ହୋଇଥିଲେ  ।   ଜବାବରେ  ରୂପଦେଇପୁର  କ୍ରିକେଟ ଦଳ ୧୩ .୨ ବଲରେ  ୫ ଉଇକେଟ ହରାଇ ୯୦  ରନ ସଂଗ୍ରହ କରି ବିଜୟୀ ହୋଇଥିଲେ  ।  ରୂପଦେଇପୁର କ୍ରିକେଟ  ଦଳର  ପପୁନା ସ୍ୱାଇଁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା  । ରବିନ୍ଦ୍ର କୁମାର ପ୍ରଧାନ  ଓ ଭଗବାନ ବେହେରା  ମ୍ୟାଚ ପରିଚାଳନା କରିଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts