Breaking News

ସତ୍ୟବାଦୀରେ ବିଜେପି ପକ୍ଷରୁ ବନ୍ଧୁ ମିଳନ

ସାକ୍ଷୀଗୋପାଳ----   ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାଣ୍ଢରା ଗ୍ରାମ ପଞ୍ଚାୟତର  ନୀଳକଣ୍ଠେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବିଜେପି ପକ୍ଷରୁ ଏକ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି  ।  ସତ୍ୟବାଦୀ ବ୍ଳକରେ ସାଧାରଣ ନିର୍ବାଚନ ପରେ ବିଜେପିର ନେତୃବୃନ୍ଦ ମାନଙ୍କୁ ଦେଖିବାକୁ  ମିଳୁନାହିଁ  ।  ମାତ୍ର ବିଜେପିର ବରିଷ୍ଠ ନେତା ଡ; ବିଶ୍ୱନାଥ ରଥ ନିଜର କିଛି ସମର୍ଥକଙ୍କୁ ସଙ୍ଗରେ ଧରି ସତ୍ୟବାଦୀରେ ବିଭିନ୍ନ କାର୍ଯ୍ୟନୁଷ୍ଠାନ କରୁଥିବାର ଜଣାପଡିଛି । ଏହି ଅବସରରେ ଶ୍ରୀରଥଙ୍କ ଅଧ୍ୟକ୍ଷତାରେ ସାଣ୍ଢାରା ନୀଳକଣ୍ଠେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗଙ୍ଗାଧର ଛାଟୋଇ, ଆଦିକନ୍ଦ ଶ୍ରୀଚନ୍ଦନ,ପ୍ରଭାତ କୁମାର ପୁରୀ, ଧୂନିଆ ବେହେରାଙ୍କ ସହିତ ପ୍ରାୟ ୫୦ ଜଣ ବିଜେପି କର୍ମୀ ଯୋଗଦେଇଥିଲେ   ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ
D senapati
sakhigopal

Blog Archive

Popular Posts