 |
Puri |
ପୁରୀ-----ଶ୍ରୀମନ୍ଦିର ପରିଚଳନା କମିଟିର ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ମୁତାବକ ଗତ ୨୦୧୮ ମସିହା ଡିସେମ୍ବର ୨୭ରେ ଦ୍ୱାର ଫିଟା ରେ ବିଳମ୍ବ ଘଟଣା ରେ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ। ସେ ନେଇ ୨ ଜଣ ଜବାବ ଦାଖଲ କରିଥିବା ୩ ଜଣ ଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି। ଜାନୁଆରୀ ୪ ରେ ଏହାର ଶୁଣାଣି ହେବ। ସେହିପରି ଶ୍ରୀ ମନ୍ଦିର ସଂସ୍କାର ମାମଲା ରେ ସୁପ୍ରିମକୋର୍ଟ ଙ୍କ ୨୩ଟି ନିର୍ଦେଶ ନାମା କିଭଳି କାର୍ଯ୍ୟକାରୀ ହେବ ସେ ନେଇ ଆଲୋଚନା ହୋଇଛି। ଶ୍ରୀମନ୍ଦିର ପରିଚଳନା ନୀତି ର ସୁପରିଚାଳନା ନେଇ ଶଙ୍କରାଚାର୍ଯ୍ୟ ଙ୍କ ପରାମର୍ଶ ନିଆଯିବ। ସେହିପରି ସେବାୟତ ପିଲାଙ୍କ ପାଠ ପଢା ବ୍ୟବସ୍ଥା ନେଇ ମାଟି ତୋଟା ଅଞ୍ଚଳରେ ୧୫ ଏକର ଜମିରେ ଏକ ଗୁରୁକୂଳ ପ୍ରତିଷ୍ଠା କରାଯିବ। ସେହିପରି ଶ୍ରୀମନ୍ଦିରରେ କିଭଳି ଭକ୍ତ ଙ୍କ ସୁବିଧା ଆହୁରି ଯୋଗାଇ ଦିଆଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି। ଶ୍ରୀମନ୍ଦିର ସଂସ୍କାର ମାମଲାର ପରବର୍ତ୍ତୀ ଶୁଣାଣୀରେ ସୁପ୍ରିମକୋର୍ଟଙ୍କ ନିକଟରେ ଏହି ସବୁ ତଥ୍ୟ ଦିଆଯିବ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନିଆଯାଇଛି ଶ୍ରୀଜଗନ୍ନାଥଙ୍କ ଜମିରେ ଭକ୍ତ ମାନେ ରହିବା ଭକ୍ତ ନିବାସ ନିର୍ମାଣ କରାଯିବ। ଏହି ଭକ୍ତ ନିବାସ ନିର୍ମାଣ ନେଇ ବିଭିନ୍ନ କର୍ପୋରେଟ କମ୍ପାନୀ ମାନଙ୍କ ଠାରୁ ଡୋନେସନ ଆହ୍ଵାନ କରାଯିବ। ବ୍ୟଙ୍କ ରେ ଥିବା ମହାପ୍ରଭୁ ଙ୍କ ଅର୍ଥ , ସୁନା କିଭଳି ଭଲ ଭାବରେ ବିନିଯୋଗ କରାଯାଇ ଅଧିକ ଅର୍ଥ ହାସଲ ହେବ ସେ ନେଇ ଏକ କମିଟି ଗଠନ କରାଯାଇଛି। ସେହିପରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୬୦ ହଜାର ଏକର ଭୁ ସମ୍ପତିର ରେକର୍ଡ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ଚତୁର୍ପାର୍ଶ୍ଵ ରେ ସରକାର ଅଧି ଗ୍ରହଣ କରୁଥିବା ଜମି ମହାପ୍ରଭୁଙ୍କ ନାମରେ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ ଅନୁରୋଧ କରିବ। ସେହିପରି ସେବକ ମାନଙ୍କୁ ଖୁବ ଶୀଘ୍ର ପରିଚୟ ପତ୍ର ଦିଆଯିବ। ଏଥି ସହିତ ଆନନ୍ଦ ବଜ଼ାର ରେ ଅବଡା ଦର ନେଇ ରେଟ ଚାର୍ଟ ମଧ୍ୟ ଲଗାଯିବ। ସେ ନେଇ କମିଟି ହୋଇ ଥିବା ବେଳେ ଏହି ସବୁ କାର୍ଯ୍ୟ ଅସନ୍ତା ପରିଚଳନା କମିଟି ରେ ଅନୁମୋଦନ କରାଯାଇ ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ।
ଶ୍ରୀମନ୍ଦିର କର୍ଯ୍ୟଳୟ ରେ ଅନୁଷ୍ଠିତ ଏହି ପରିଚଳନା କମିଟି ବୈଠକରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର, ପୁରୀ ଜିଲାପାଳ, ଏସପି ଙ୍କ ସମେତ ପରିଚଳନା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ପୁରୀ ରୁ ଜୟନ୍ତ କୁମାର ସେଠୀ