 |
nayagarh |
ନୟାଗଡ଼ ----- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମୟୁରଝାଲିଆ ଠାରେ ଥିବା ଅର୍ଜୁନ ରାଉତ ସ୍ମାରକୀ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧକ୍ଷ ସହଦେବ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ , ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର ,ନୟାଗଡ ଖାଉଟି ଫୋରମ ଅଧକ୍ଷ ନାରାୟଣ ମହାପାତ୍ର , କଲେଜର ପୂର୍ବତନ ପରିଚାଳନା କମିଟି ସଭାପତି ସିଦ୍ଧାର୍ଥ ପଣ୍ଡା ଯୋଗଦେଇ ଦୃଢ଼ ଇଛାଶକ୍ତି ଏବଂ କଠିନ ପରିଶ୍ରମ ବଳରେ ଛାତ୍ରଛାତ୍ରୀମାନେ ସଫଳତାର ଶୀର୍ଷରେ ପହଞ୍ଚିପାରିବେବୋଲି ମତଦେଇଥିଲେ । ବିଧାୟକ ଏବଂ ମୁଖ୍ୟ ବକ୍ତାଙ୍କ ମର୍ମସ୍ପର୍ଶୀ ଅଭିଭାଷଣ ସମସ୍ତଙ୍କୁ ଅଭିଭୂତ କରିଥିଲା। ଅଧ୍ୟାପକ ଅରବିନ୍ଦ ଗଜେନ୍ଦ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ କ୍ରୀଡାଶିକ୍ଷକ ଗଙ୍ଗାଧର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ବିଜୟ କୁମାର ସେଠୀଙ୍କ ନିର୍ଦ୍ଦେଶନାରେ ସଲାମ ଶହୀଦ ଏକ ନାଟକ ପରିବେଷଣ କରାଯାଇଥିଲା ।ସୁମଧୁର ସଙ୍ଗୀତ ସହ ରଙ୍ଗାରଙ୍ଗ ନୃତ୍ୟର ତାଳେ ତାଳେ ଝୁମିଥିଲେ ଛାତ୍ରଛାତ୍ରୀ ତଥା ଉପସ୍ଥିତ ଦର୍ଶକ। ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ