Breaking News

-ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

  ଭୁବନେଶ୍ୱର____     ଭୁବନେଶ୍ୱର  ସ୍ଥିତ ଲଷ୍ମୀସାଗର  ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ୧୧୧ ଟି ବିଭିନ୍ନ ପ୍ରକାରର ଜ୍ଞାନ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଛାତ୍ରଛାତ୍ରୀ ମାନେ ଅଭିଭାବକ ଓ ଜନସାଧାରଣଙ୍କୁ ପ୍ରକଳ୍ପ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଥିଲେ ।    ଯେପରିକି ବର୍ଷା ଜଳକୁ କିପରି ସଂରକ୍ଷିତ କରାଯାଇ ପାନୀୟ ଉପଯୋଗୀ ହୋଇପାରିବ,ପରିବେଶ କୁ କିପାରି ସୁରକ୍ଷା କରାଯାଇପାରିବ ପ୍ରଭୁତି ପ୍ରକଳ୍ପ ମାନ ସ୍ଥାନ ପାଇଥିଲା । ବିଜ୍ଞାନ ମେଳା କୁ ବୈରାଗୀ ଚରଣ ନାୟକ ,ବିଦ୍ୟାଳୟ ର ସମ୍ପାଦକ ସତ୍ୟାନନ୍ଦ ରାଜ ଉଦଘାଟନ କରିଥିଲେ । ବିଚାରକ ଭାବେ ନିମାପଡା ର ଓଡିଶା ଷ୍ଟେଟ ବ୍ରିଗଡେ ସ୍କୁଲ ର ସମ୍ପାଦକ ବିରଞ୍ଜନ ମଲ୍ଲିକ,କମଳାକାନ୍ତ ବାରିହା ପ୍ରମୁଖ ବିଜ୍ଞାନ ପ୍ରକଳ୍ପ ବୁଲି ଦେଖିବା ସହ ମୂଲ୍ୟାୟନ କରିଥିଲେ ।   ବିଦ୍ୟାଳୟ ଅଧକ୍ଷା ଗାୟତ୍ରୀ ପଣ୍ଡା ଓ ସହ ଶିକ୍ଷୟତ୍ରୀ  ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

 J sheti
BBSR
 ଜୟନ୍ତ କୁମାର ସେଠୀ

Blog Archive

Popular Posts