କାର ବାଇକ ମୁହାଁ ମୁହିଁ ଧକ୍କାରେ ୨ଗୁରୁତର
ଗୋପ --+-ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ଗୋପ -କୋଣାର୍କ ରାସ୍ତା ର ପାଟେଳିଆ ଛକ ନିକଟରେ ଏକ କାର ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା । ବାଇକରେ ଯାଉଥିବା ୨ ଜଣ ଗୁରୁତର ହୋଇ କଟକ ହସ୍ପିଟାଲ କୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ମାତ୍ର ତାଙ୍କର ୨ବର୍ଷର ଶିଶୁ କନ୍ୟା ଅଳ୍ପକେ ବର୍ତ୍ତି ଯାଇଛି । ଗୁରୁତର ୨ଜଣ ହେଲେ କୋଣାର୍କ ଥାନା ଅଧିନ ଵେରୁହଁ ଗ୍ରାମର ମଙ୍ଗୁଳି ମଲିକ ଏବଂ ତାଙ୍କ ଭାଉଜ ଝରଣା ମଲିକ। କୌଣସି କାର୍ଯ୍ୟ ରେ ଗୋପ ଆସି ଘରକୁ ଫେରୁଥିବା ବେଳେ କୋଣାର୍କ ପଟୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ଏକ କାର ତାଙ୍କୁ ମୁହାଁ ମୁହିଁ ଧକ୍କା ଦେଇଥିଲା। ଫଳରେ ମଙ୍ଗୁଳି ଙ୍କ ଗୋଡ ହାତ ଚୂନା ହୋଇଯାଇଥିବା ବେଳେ ତାଙ୍କ ଭାଉଜ ଝରଣା ଗୁରୁତର ହୋଇପଡିଛି। ଖଵରପାଇ ଗୋପ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଗୋପ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଗସ୍ତ ଦୁଇଟି ଯାକ ଗାଡି ଜବତ କରି ତଦନ୍ତ ଜାରି ରଖିଛି ।
ଗୋପରୁ ଜୟନ୍ତ କୁମାର ସେଠୀ