 |
puri |
ପୁରୀ-----ତ୍ରୁଟିପୂର୍ଣ୍ଣ ଅପରେସନ ଯୋଗୁଁ ୨ଟି ସନ୍ତାନର ଜନନୀ ପୁଣି ଥରେ ୩ ମାସର ଗର୍ଭଵତୀ ହୋଇଥିବା ଘଟଣା ପଦାକୁ ଆସିଛି ।ପୁରୀ ଜିଲ୍ଲା ନିମାପଡା ବ୍ଲକ ଆଶାପୂରଣ ଦଳିତ ସାହିର ସାଗରିକା ଭୋଇ ପୂର୍ଵରୁ ୨ଟି ସନ୍ତାନର ଜନନୀ ରହିଛନ୍ତି । ୨୦୧୮ମସିହାରେ ପ୍ମାମିଂ ପ୍ଲାନି ଅପରେସନ ହୋଇଥିଲେ । କିନ୍ତୁ ଅପରସେନରେ ତ୍ରୁଟି ଥିବା ଯୋଗୁଁ ସାଗରିକା ଏବେ ୩ ମାସର ଗର୍ଭବତୀ ଅଛନ୍ତି ବୋଲି ମେଡିକାଲ ରିପୋର୍ଟ କହୁଛି ବୋଲି ସେ କହନ୍ତି । ଯାହାକୁ ନେଇ ସାଗରିକା ଓ ତାଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସାଗରିକା ଙ୍କ ସ୍ଵାମୀ ଦିନ ମଜୁରିଆ ହୋଇଥିବା ବେଳେ ୨ ଗୋଟି ପିଲାଙ୍କୁ ଚଳାଇବା କଷ୍ଟକର ହୋଇ ପଡୁ୍ଥିବା ବେଳେ ଗର୍ଭରେ ଥିବା ୩ୟ ସନ୍ତାନଙ୍କୁ ନେଇ ଚିନ୍ତାରେ ଅଛନ୍ତି ପରିବାର । ସେପଟେ ଡାକ୍ତରଙ୍କ ଭୁଲ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେ।ଇଥିବା ସାଗରିକା କହନ୍ତି । କ୍ଷତି ପୂରଣ ଯୋଗାଇ ଦୋବାକୁ ଜାତୀୟ ଦଳିତ ମାଇନରିଟ ମହାସଂଘ ଦାବୀ କରିଛି ।