Breaking News

ଏଏସଆଇ ସୁପର ଟେଣ୍ଡଡେଙ୍କୁ ଅଟକ ରଖିଲେ ନବଗ୍ରହ ସେବାୟତ।


J sehti
Konark
  କୋଣାର୍କ---- ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ସୂର୍ଯ୍ୟ ମନ୍ଦିର ନିକଟରେ ଅବସ୍ଥିତ ପବିତ୍ର ନବଗ୍ରହ ପୀଠ। ହେଲେ ପ୍ରତ୍ନତାତ୍ତ୍ୱିକ ବିଭାଗ  ପୂର୍ବରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଦ୍ୱାରରୁ ନବଗ୍ରହ ପିଠକୁ ଥିବା ରାସ୍ତାକୁ ପ୍ରତ୍ନତାତ୍ତ୍ୱିକ ବିଭାଗ ବନ୍ଦ କରି ଦେଇଛି । ମନ୍ଦିର ପରିଦର୍ଶନରେ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନେ ନବଗ୍ରହ ପିଠକୁ ପୂଜା ନିମନ୍ତେ ଯାଇ ପାରୁନାହାନ୍ତି। ଏଣୁ ନବଗ୍ରହ ପୀଠର ପୂଜକ ଓ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ପ୍ରତ୍ନତାତ୍ତ୍ୱିକ ବିଭାଗକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଏ ଦିଗପ୍ରତି  ନଜର ଦେଇନଥିଲେ ।  ଏଣୁ ଆଜି ସୂର୍ଯ୍ୟ ମନ୍ଦିର ପରିସରରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳନ କରୁଥିବା ସମୟରେ ନବଗ୍ରହ ପୂଜକ ଓ ସୁରକ୍ଷା ସମିତିର ପ୍ରତିନିଧି ଏଏସଆଇ ସୁପରିଟେଡେଣ୍ଟଙ୍କୁ ଦେଖା କରିବାକୁ ଯାଇ ଦାବି ଜଣାଇ ଥିଲେ । କାର୍ଯ୍ୟକ୍ରମ ସରିବା ପରେ ମନ୍ଦିର ବାହାରେ ଥିବା ସେବାୟତ ପ୍ରତିନିଧି ମାନେ ତୁରନ୍ତ ନବଗ୍ରହ ପିଠକୁ ଯାଇଥିବା ରାସ୍ତାରୁ ଲୁହାବାଡ଼ ହଟାଇ ରାସ୍ତା ସଂଯୋଗ କରିବା ପାଇଁ ଜିଦ ଧରି ବସିଥିଲେ। କିନ୍ତୁ ସୁପରିଟେଡେଣ୍ଟ ଶ୍ରୀ ଅରୁଣ ମଳିକ ସିଧା ସିଧା ମନା କରିଦେବାରୁ ସେବାୟତ ଓ ସୁରକ୍ଷା ସମିତିର କର୍ମୀମାନେ ଶ୍ରୀ ମଲ୍ଲିକଙ୍କ ଗାଡି ଆଗରେ ବସି ଅଟକ ରଖିଥିଲେ। ଖବର ପାଇ ତୁରନ୍ତ କୋଣାର୍କ ଥାନା ଅଧିକାରୀ ସଂଜୀବ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ସେବାୟତ ମାନଙ୍କ ସହ କଥା ହୋଇଥିଲେ ।  ଦୁଇ ପକ୍ଷ ଆସନ୍ତା ୨୭ ତାରିଖରେ ବସି ସମସ୍ୟା ସମାଧାନ ଉପରେ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଫଇସଲା କରାଯିବ ମତବ୍ୟକ୍ତ କରିଥିଲେ। ଏହା ପରେ ସେବାୟତ ମାନେ ଶାନ୍ତି ହୋଇଥିଲେ। ଯଦି ଆଗାମୀ ଦିନରେ ଦାବି ପୂରଣ ନହୁଏ ଏନେଇ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ସେବାୟତ ଓ ସୁରକ୍ଷା ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।

Blog Archive

Popular Posts