Breaking News

ଚାଷୀ ଓ ପ୍ରଶାସନ ମୁହାଁମୁହିଁ ; ରାଜ ରାସ୍ତାକୁ ଓହ୍ଳାଇବ ଚାଷୀ


 ବରଗଡ--- ଓଡିଶାର ଭାତହାଣ୍ଡି ବୋଲି ଅତାବିରା ବ୍ଳକ ବେଶ ପରିଚିତ । ମାତ୍ର ଚାଷୀର କଥା ବୁଝିବା ପାଇଁ କେହି ନାହାନ୍ତି । ଅତାବିରା ବ୍ଳକର ଧାନ ମଣ୍ଡି ଠାରେ ୧୧ ତାରିଖରୁ ଶହଶହ ସଂଖ୍ୟାର ଚାଷୀ ମାନେ ଧାନ ବିକ୍ରୟ ସମୟରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି । ବୁଧବାର ଦିନ ଚାଷୀ ମାନେ ଅତାବିରା ଦେକାନ ବଜାର ବନ୍ଦ କରିଥିଲେ  । ଏହି ବନ୍ଦ ଡାକରାକୁ ମଧ୍ୟ ବ୍ୟବସାୟୀ ସଂଗଠନ ସହଯୋଗ କରିଥିଲା  ।ଯାହାକି ଆଜି ବନ୍ଦ ସମ୍ପର୍ଣ୍ଣ ଭାବରେ ସଫଳ ହୋଇଥିଲା  । ମାତ୍ର ପ୍ରଶାସନ ନିଜ ଜିଦରେ ଅଚଳ ରହିଛନ୍ତି । ଯାହାକୁ ନେଇ ଚାଷୀ ମାନେ ଅଜି ତାଙ୍କର ଏକ ବୈଠକ କରାଯାଇଥିଲା  । ଆସନ୍ତା କାଲି ବା ଗୁରୁବାର ଦିନ ବରଗଡ ଜିଲ୍ଲାର କଳାପାଣି ଛକରୁ ଗୋଡଭଗା ଛକ ମଧ୍ୟରେ ଯେ କୌଣସି ସ୍ଥାନରେ ହଜାର ଜହାର ସଂଖ୍ୟାର ଚାଷୀ ମାନେ ରାସ୍ତା ଉପରେ ବସି ରହିବେ ବୋଲି ଜଣାପଡିଛି । ଆବଶ୍ୟକ ପଡିଲେ ଚାଷୀ ମାନେ ଜେଲ ଯିବାକୁ ପ୍ରସ୍ତୁତି ଅଛନ୍ତି ବୋଲି ସରକାରଙ୍କୁ ବା ପ୍ରଶାସନକୁ ଜଣାଇ ଦିଆଯାଇଥିବା ଜଣାପଡିଛି ।
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ 

Blog Archive

Popular Posts