ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ବିରଳ ଗ୍ରାମସଭା; ସାତଜଣରେ ଗ୍ରାମସଭା
ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ସବୁକ୍ଷେତ୍ରରେ ଆଗରେ । ସତ୍ୟବାଦୀ ବ୍ଳକରେ ମଙ୍ଗଳବାର ଥିଲା ସମସ୍ତ ପଞ୍ଚାୟତରେ ଗ୍ରାମ୍ୟ ସଭା କରିବା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ ଚିଠି କରାଯାଇଥିଲା । ମାତ୍ର ଦାୟତ୍ୱ ହୀନତା ଯୋଗୁ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟଙ୍କୁ ମିଶାଇ ୭ଜଣ ଗ୍ରାମସଭାରେ ଯୋଗଦେଇଥିଲେ । ଏପରିକି କୌଣସି ଅଧିକାରୀ ସେଠାକୁ ଯାଇନଥିବା ଜଣାପଡିଛି । କୌଣସି ୱାଡସଭ୍ୟ ବା ସଭ୍ୟା କିମ୍ବା ନ୍ୟାୟବ ସରପଞ୍ଚ ଉପସ୍ଥିତ ନ ଥିଲେ । ବିଶେଷ ସୁତ୍ରରୁ ଜଣାପଡିଛି ଯେ ଗ୍ରାମ୍ୟସଭା ହେବ ବୋଲି କୌଣସି ସୂଚନା ଲୋକ ମାନଙ୍କୁ ଦିଆଯାଇନଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି