ସାକ୍ଷୀଗୋପାଳ ----- ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘ ପକ୍ଷରୁ ବାର୍ଷିକ ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ମ୍ୟାଚ ବୁଧବାର ଗ୍ରାମ ପଡିଆରେ ଉଦଘାଟିତ ହୋଇଯାଇଛି । ଉଦ୍ଘାଟନ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବ୍ଳକର ୩୩ନଂ ଜେନାର ଜିଲ୍ଲା ଦରିଷଦ ସଭ୍ୟ ଧୁବ ଚରଣ ଦାଶ ଓ ଡେଲାଙ୍ଗ ବ୍ଳକର ୧୭ନଂ ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ନନ୍ଦଙ୍କ ସହିତ ସ୍ଥାନୀୟ ସରପଞ୍ଚ ରଶ୍ମିତା ପ୍ରଧାନ, କିଶୋର ସାମଲ ଓ ନୀଳକଣ୍ଠ ପ୍ରଧାନ ଯୋଗଦେଇ ଖେଳ ଉଦ୍ଘାଟନ କରିଥିଲେ । ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘର ସଭାପତି ସୁରେନ୍ଦ୍ର ସାହାଣୀ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଥମ ଦିନରେ ଡେଲାଙ୍ଗର ଫେଣ୍ଡସ ସ୍ପୋଟସ୍ କ୍ଳବ ଟଚ ଉଇନି କରି ୧୪.୫ ବଲରେ ୬୬ ରନ କରି ସମସ୍ତ ଉଇକେଟ ହରାଇଥିଲା । ଜବାବରେ ରୁପଦେଇପୁର କ୍ରିକଟେ କ୍ଳବ ୩ ଇଉକେଟ ହରାଇ ୬୪ ରନ ସଂଗ୍ରହ କରି ନେଇଥିଲା । ଉମାଶଙ୍କର ମିଶ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା । ରବିନ୍ଦ୍ର ପ୍ରଧାନ ଓ ଗଗନ ବାରିକ ଖେଳ ପରିଚାଳନା କରିଥିଲେ ।
 |
Sakhigopal |
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି