Breaking News

ଚାଷୀଙ୍କ ସହିତ ସାମିଲ ହେଲେ ବ୍ୟବସାୟୀ ମାନେ ; ୧୨ ଘଣ୍ଟିଆ ଅତାବିରା ବନ୍ଦ ସଫଳ


 N Das
Baragarh 
 ବରଗଡ-- ବରଗଡ ଜିଲ୍ଲାର ଅତାବିରା ବ୍ଳକରେ ଚାଷୀ ମାନଙ୍କ ଆନ୍ଦୋଳନକୁ ପୁରା ମାତ୍ରାରେ ସମର୍ଥନ ଦେଇଛି ଅତାବିରା ବ୍ୟବସାୟୀ ସଂଘ  । ୧୧ ତାରିଖ ଠାରୁ ଅତାବିରା ଧାନ ମଣ୍ଡିରେ ଚାଷୀ ମାନେ ଶାନ୍ତିପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କ ହଠାତ ଟୋକନ ବ୍ୟବସ୍ତାକୁ ଘୋର ବିରୋଧ କରି ଆନ୍ଦୋଳନ ଜାରି ରହିଛି । ଚାଷୀ ମାନଙ୍କ କଥାକୁ ବିଚାର ନ କରି ପୋଲିସ ଲଗାଇ ଚାଷୀଙ୍କ ମୁହଁ ବନ୍ଦ କରିବା ପାଇଁ ଚେଷ୍ଟା କରୁଛି ବୋଲି ଚାଷୀ କହିଛନ୍ତି । ଏହାକୁ ଅତାବିରା ବ୍ୟବସାୟୀ ସଂଘ ଆଜି ୧୨ ଘଣ୍ଟିଆ ଦେକାନ ବଜାର ବନ୍ଦ କରିଛନ୍ତି । ଯାହାକି ଅତାବିରାରେ ରାସ୍ତା ଘାଟ ଖାଁ ଖାଁ ହୋଇପଡିଛି । ସେହିପିର ଦେକାନ ବଜାର ବନ୍ଦ ରହିବାରୁ ବିଶେଷ କରି ଅଟୋ, ବସ ଗୁଡିକ ଆପେ ଆପେ ବନ୍ଦ ହୋଇଯାଇଛି । ଏଥିରେ ଯଦି ସରକାର ଚେତାନପଶେ ତା ହେଲେ ଚକଅଖ ବନ୍ଦ କରାଯିବ ବୋଲି ଚାଷୀ ମାନେ କହିଛନ୍ତି ।
ବରଗଡ ଜିଲ୍ଲାରୁ ନବୀନ କୁମାର ଦାଶଙ୍କ ରିର୍ପୋଟ

Blog Archive

Popular Posts