Breaking News

ତାମିଲନାଡୁରୁ ଅପହୃତ ନାବାଳିକା ଉଦ୍ଧାର

ହାଟଡିହି--- ସୁଦୁର ତାମିଲନାଡୁରୁ ଅପହରଣ କରିଆଣିଥିବା ନା ବାଳିକାକୁ ଆନନ୍ଦପୁର ପୁଲସ ସହଯୋଗରେ ତାମିଲନାଡୁ ପୁଲିସ ଉଦ୍ଧାର କରିଛି । ଅପହରଣକାରୀ ଯୁବକ ଫେରାର ହୋଇଯାଇଥିବାରୁ ତାକୁ ଗିରଫ କରିବାରେ ସଫଳ ହୋଇପାରି ନାହିଁ । ଖବରରୁ ଜଣାଯାଇଛି ଯେ ଛତ୍ରକଣା ଗ୍ରାମର ଜଗା ନାଏକ ନାମକ ଜଣେ ଯୁବକ ତାର ସାନଭାଇ ସହିତ ତାମିଲନାଡୁରେ ରହି କାମ କରୁଥିଲା । କାମ କରିବା ସମୟରେ ଗତ ଜୁଲାଇ ମାସରେ ଡିଙ୍ଗୁଲ ଜିଲ୍ଲାର ବଡମଦୁରାଇ ଥାନାର ଏକ ଗ୍ରାମର ଜଣେ ନା ବାଳିକାକୁ ଅପହରଣ କରିନେଇ ଆସିଥିଲା । ଏନେଇ ନାବାଳିକାର ବାପା ପୋନାମ ତାଣ୍ଡବାନୀ  ଗତ ୪/୭/୨୦୧୯ରେ ବଡମଦୁରାଇ ଥାନାରେ ଅଭିଯୋଗ କରିଥିଲେ । ବଡମଦୁରାଇ ଥାନାର ଏସ.ପି ପାଣ୍ଡି ଓ ହାବିଲଦାର ମୁମୁ ନନ୍ଦିନୀ ପ୍ରମୁଖ ଆନନ୍ଦପୁର ଥାନାରେ ପହଞ୍ଚି ଆନନ୍ଦପୁର ପୁଲିସ ସହଯୋଗରେ ଛତ୍ରକଣା ଗ୍ରାମରେ ଚଢ଼ାଉକରି ଅପହୃତ ନାବାଳିକାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଏହି ଚଢ଼ାଉରେ ଆନନ୍ଦପୁର ଥାନାର ଏ.ଏସ.ଆଇ ସୁରଥ ସାହୁ ଓ ଶିବପ୍ରସାଦ ଆୟଚ ପ୍ରମୁଖ ସାମିଲ ହୋଇଥିଲେ ।
 ହାଟଡିହିରୁ ବିକାଶ ବିଶ୍ୱାଳ 

Blog Archive

Popular Posts