ପୁର୍ବତନ ବ୍ଲକ ସହକାରୀଯନ୍ତ୍ରୀ ସୁଶିଲ ସେଠ ବହିଷ୍କୃତ
ହାଟଡ଼ିହି----- ହାଟଡିହି ବ୍ଲକର ପୁର୍ବତନ ସହକାରୀଯନ୍ତ୍ରୀ ସୁଶିଲ କୁମାର ସେଠଙ୍କୁ ରାଜ୍ୟ ସରକାର ଦୁର୍ନିତିଗ୍ରସ୍ଥ କର୍ମଚାରୀ ବୋଲି ବିଚାରକୁ ନେଇ ଚାକିରିରୀରୁ ବହିଷ୍କୃତ କରିଛନ୍ତି । ସୁଶିଲ କୁମାର ସେଠ ପୁର୍ବରୁ ଖଇରା ଜଳସେଚନ ବିଭାଗରେ କନିଷ୍ଠଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ସମୟରେ ଭିଜିଲାନସ ହାତରେ ଧରାପଡିଥିଲେ । ଏହି ମାମଲାରେ ଭିଜିଲାନସ କୋର୍ଟରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପରେ ସେ ହାଟଡିହି ବ୍ଲକର କନିଷ୍ଠଯନ୍ତ୍ରୀ ଭାବେ ଯୋଗଦେଇ ପରବର୍ତ୍ତୀ ସମୟରେ ସହକାରୀଯନ୍ତ୍ରୀ ପଦବୀକୁ ପଦୋନ୍ନତି ପାଇ କାର୍ଯ୍ୟ କରି ଆସୁଥିଲେ । ଗତ ଦେଢ଼ମାସ ତଳେ ପୁନଶ୍ଚ ତାଙ୍କୁ ଜଳସେଚନ ବିଭାଗକୁ ଫେରାଇ ନିଆଯାଇଥିଲା । ଆଜି ମୁଖ୍ୟମନ୍ତ୍ରୀ ତାଙ୍କୁ ଚାକିରୀରୁ ବହିଷ୍କୃତ କରିଥିବା ଜଣାଯାଇଛି । ଏ ସମ୍ପର୍କରେ ତାଙ୍କ ମତାମତ ଜାଣିବାପାଇଁ ଯୋଗଯୋଗ କରିଥିଲେ ମଧ୍ୟ ସେ ଫୋନ ରସିଭ କରିନଥିଲେ ।
ହାଟଡିହିରୁ ବିକାଶ ବିଶ୍ୱାଳ
ହାଟଡିହିରୁ ବିକାଶ ବିଶ୍ୱାଳ
![]() |
hatadhi |