ବାଙ୍ଗୋର ଗାଁରେ ନବବଧୁ ହତ୍ୟା ଅଭିଯୋଗ
ହାଟଡ଼ିହି------ ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ବାଙ୍ଗୋର ଗାଁରେ ଜଣେ ନବବଧୁକୁ ବିଷ ଖୁଆଇ ହତ୍ୟା କରିଥିବାନେଇ ମୃତ ନବବଧୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ଜଣାଯାଇଛି ଯେ ବାଙ୍ଗୋର ଗ୍ରାମର ପୁର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ ପ୍ରଦୀପ ସାହୁ(ମୁରଲୀ) ଗତ ଜୁଲାଇ ମାସ ୭ତାରିଖରେ ମିରିଗିମୁଣ୍ଡି ଗ୍ରାମର ରାଜକିଶୋର ସାହୁଙ୍କ ଝିଅ ଟିକିନି(୧୯)କୁ ବୈଦିକ ରୀତିରେ ବିବାହ କରିଥିଲା । ବିବାହ ପରଠାରୁ ପରିବାର ଲୋକଙ୍କ ପକ୍ଷରୁ ଟିକିନି ଉପରେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିବାବେଳେ ଗତକାଲି ତାକୁ ବିଷ ପିଆଇ ମାରି ଦେଇଥବବା ରାଜକିଶୋର ସୋସୋ ଥାନାରେ ଅଭିଯୋଗ କରିଛନ୍ତି । ସୋସୋ ପୁଲିସ ଭଦ୍ରକ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବଦ କରିବା ସହିତ ପୋଷ୍ଟମଟମ କରି ତଦନ୍ତ ଆରମ୍ଭ କରିଛି । ଏହି ମୃତ୍ୟୁକୁ ନେଇ ନାନା କଥା ଆଲୋଚନା ହେଉଛି
।ହାଟଡିହିରୁ ବିାକଶ ବିଶ୍ୱାଳ
।ହାଟଡିହିରୁ ବିାକଶ ବିଶ୍ୱାଳ