ଦଇତାରୀ ପାଣିଗ୍ରାହୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ
ବେଗୁନିଆ---- ବିଶିଷ୍ଟ ଭଗବତପ୍ରେମୀ ଦଇତାରୀ ପାଣିଗ୍ରାହୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡସ୍ଥିତ ବାସଭବନ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ ଶ୍ରଦ୍ଧାଞଳୀ ସଭାରେ କଣ୍ଟାବାଡ ଭାଗବତ ପ୍ରଚାର ପ୍ରସାର ସମିତିର ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ଅଖିଳେଶ ପ୍ରସାଦ ପଣ୍ଡା ପୋରୋହିତ୍ୟ କରିଥିଲେ । ସଭାର ପ୍ରାରମ୍ଭରେ ଦିବଂଗତଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ ନୀରବ ପ୍ରାଥନା କରାଯାଇଥିଲା । ସର୍ବଧର୍ମ ପ୍ରାଥନା ସଭାରେ ଗାୟକ ଖଗେଶ୍ୱର ମାର୍ଥା ଭାଗବତ ପୁରାଣ ,ପଣ୍ଡିତ ବିନୋଦ ବିହାରୀ ଦାଶ ବେଦ,ମାୟାଧର ପାଣିଗ୍ରାହୀ ଶ୍ରୀମଦ୍ଭାଗବତ ଗୀତା, ଧର୍ମଯାଜକ ପ୍ରସନ୍ନ ମଣ୍ଡଳ ବାଇବେଲ ଓ ମହମ୍ମଦ ଜମାରୁଦ୍ଦିନ କୋରାନ ପାଠ କରିଥିଲେ । ପରେ ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀଙ୍କ ରଚନା ଓ ସ୍ୱର ସଂଯୋଜନାରେ ଛାତ୍ରଛାତ୍ରୀମାନେ ଶ୍ରଦ୍ଧାଞଳୀ ସଙ୍ଗୀତ ଗାନ କରିଥିଲେ । ଯୁବକବି ସନ୍ତୋଷ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ହରିହର କାନୁନଗୋ ମୁଖ୍ୟ ଅତିଥି,ଆରିକମା ସରକାରୀ ହୋମିଓପାଥି ଚିକିତ୍ସାଳୟର ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟବକ୍ତା,ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ମଦନମୋହନ ମହଲା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ଦଇତାରୀ ପାଣିଗ୍ରାହୀଙ୍କ ଅନନ୍ୟ ଭଗବତପ୍ରେମ ଓ ଅନୁରକ୍ତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ଏକ ସ୍ମୃତି ଗୀତିକା ଲୋକାର୍ପିତ ହୋଇଥିଲା ।ସଭାରେ ସ୍ଥାନୀୟ ସମିତି ସଭ୍ୟ ସୁବାସ ମହାନ୍ତି, ଶିକ୍ଷାବିତ୍ ଲୋକନାଥ ପଣ୍ଡା,କୁଳମଣି ମିଶ୍ର,ରାଜକିଶୋର ପାଣିଗ୍ରାହୀ,ହରିବନ୍ଧୁ ପଣ୍ଡା,ବ୍ରଜବନ୍ଧୁ ପଣ୍ଡା,ସଦାନନ୍ଦ ଦାଶ,ଶିକ୍ଷୟତ୍ରୀ ପ୍ରତିମା ପ୍ରଧାନ ଓ କବି ଗଙ୍ଗାଧର ଓଝା ପ୍ରମୁଖ ସ୍ମୃତିଚାରଣ କରିଥିଲେ ।ଶେଷରେ ଗାୟକ ହରିହର ମହାପାତ୍ର ଉଦ୍ଯାପନୀ ସଙ୍ଗୀତ ଗାନ କରିଥିଲେ । ଶେଷରେ ମଧ୍ୟମ ପୁତ୍ର ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା