ବରଗଡ଼ --- ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ୱାର୍ଡ ନଂ୩ ଭାଲୁପାଲି ରେଲୱେ ଗେଟ ଠାରୁ ଅଳ୍ପ ଦୂରରେ ଥିବା ରେଲୱେ ଖୁଣ୍ଟି ନଂ
 |
Baragarh |
୪୫୫/୪.୨ କଡ଼ରେ ଯୁବକ ର ଶବ ପଡ଼ିଥିଲା । ରାତିରେ ପାଟ୍ରୋଲିଂ ଟିମ ଦେଖି ନିକଟରେ ଥିବା ରେଲୱେ ଷ୍ଟେସନକୁ ଖବର ଦେଇଥିଲେ। ଷ୍ଟେସନ ମାଷ୍ଟର ଖବର ପାଇବା ପରେ ବରଗଡ଼ ଆର ପି ଏଫ ଏଏସଆଇ ସରୋଜ କୁମାର ଗରଡ଼ିଆ ଓ ସମ୍ବଲପୁର ଜିଆରପି ଏସ୍ ଆଇ ପ୍ରବୀଣ କୁଅଁର ଙ୍କୁ ଖବର ଦେଇଥିଲେ । ଆଜି ଘଟଣା ସ୍ଥଳରେ ରେଳବାଇ ପୋଲିସ୍ ପହଞ୍ଚି ଶବଟିକୁ ଜବତ କରିଥିଲେ। ବ୍ୟବଚ୍ଛେଦ ନିମନ୍ତେ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ। ଘଟଣା ଟି କେଉଁ କାରଣରୁ ହେଇଛି ହତ୍ୟା ନା ଆତ୍ମହତ୍ୟା ତାହା ଜାଣିବା ପାଇଁ ଜିଆରପି ସମ୍ବଲପୁରରେ ତଦନ୍ତ ଜାରି ରଖିଛି। ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ