Breaking News

ଦୁଇ ଶହ ନକଲି ସେମେଣ୍ଟ ଜବତ କଲା ଟାଙ୍ଗୀ ପୋଲିସ


D bhera
Tangi 
  
ଟାଙ୍ଗୀ----- ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ବାଲାଜି ଡିପୋ ନିକଟରେ ଏକ ରୁଦ୍ଧ କୋଠରୀରୁ  ନକଲି ସିମେଣ୍ଟ କାରାଖାନା ଠାବ କରିବା ସହ ୨ଶହ ରୁ ଉର୍ଦ୍ଧ୍ବ ନକଲି ସିମେଣ୍ଟ ଜବତ କରିଛି । ଏହା ସହିତ  ଓଡି, ୦୫,ପି. ୧୦୮୧ଏହି ନଂ ବିଶିଷ୍ଟ  ଏକ ପିକପ ଭ୍ୟାନ୍ କୁ  ପୋଲିସ ଜବତ କରିବା ସହ ଚାଳକ କୁ ଅଟକ ରଖିଛି। ଘଟଣା ରୁ ପ୍ରକାଶ ଯେ ଦୀର୍ଘଦିନ ହେବ ଏହି କାରଖାନା ରେ ନକଲି ସିମେଣ୍ଟ ପ୍ରସ୍ତୁତ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଉଥିବା ଜଣାପଡିଛି । ଆଜି ଟାଙ୍ଗୀ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ  ଖବର ପାଇଁ ସେହି କାରଖାନା ଉପରେ ଚଢ଼ାଉ କରିବା ସମୟରେ ପୋଲିସ  ଗାଡି ଦେଖି  ସେହିସ୍ଥାନରେ ବେଆଇନ୍ କାର୍ଯ୍ଯ କରୁଥିବା  କର୍ମଚାରୀ ଓ ଶ୍ରମିକମାନେ ପଳାଇଥିଲେ। ତେବେ ନକଲି ସିମେଣ୍ଟ ରେ ବ୍ୟବହୃତ  ସରଞ୍ଜାମ ଓ  ବିଭିନ୍ନ  ନାମି ଦାମୀ କମ୍ପାନୀ ର ଜରି ଖୋ ଜବତ କରିବା ସହ  ତଦନ୍ତ ଜାରି ରଖିଛି। 
 ନରେନ୍ଦ୍ର ବେହେରା

Popular Posts