ପୂର୍ବତନ ସରପଞ୍ଚଙ୍କ ପରଲୋକ
ବେଗୁନିଆ--- ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦାମୋଦର ନାଗ(୮୦)ଙ୍କର ପରଲୋକ ହୋଇ ଯାଇଛି । ସ୍ୱର୍ଗତ ନାଗ ପଞ୍ଚାୟତରେ ୩ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ବହୁ ଜନହିତକର କାର୍ଯ୍ୟ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ସେ ଜଣେ ମେଳାପୀ,କର୍ତବ୍ୟନିଷ୍ଠ,ସଚ୍ଚୋଟ,ପରୋପକାରୀ ,ନ୍ୟାୟବିତ୍ ଓ ଧର୍ମପରାୟଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ । ତାଙ୍କ ମୃତ ଖବର ପ୍ରଚାରିତ ହେବା କ୍ଷଣି ତାଙ୍କ ବାସଭବନରେ ଜନସମାଗମ ହୋଇଥିଲା । ଶବାଧାରକୁ ଗ୍ରାମ ପରିକ୍ରମା କରାଯାଇ ବଡପୁଅ ବିରୁପାକ୍ଷ ନାଗ ମୁଖାଗ୍ନି ଦେଇଥିଲେ । ଶୋକାକୂଳ ପରିବେଶ ମଧ୍ୟରେ ଗ୍ରାମ୍ୟ ଶ୍ମଶାନରେ ଅନ୍ତେଷ୍ଟକ୍ରିୟା ସମ୍ପନ୍ନ ହୋଇଥିଲା । ତାଙ୍କ ମୃତ୍ୟୁରେ ବେଗୁନିଆର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର ମହାପାତ୍ର,କଂଗ୍ରେସର ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ,ବେଗୁନିଆର ପୂର୍ବତନ ସରପଞ୍ଚ ନବ କିଶୋର ସ୍ୱାଇଁ,ସ୍ଥାନୀୟ ସରପଞ୍ଚ ଶିବ ପ୍ରସାଦ ଦାସ ଶୋକ ପ୍ରକାଶ କରିଛନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା