Breaking News

କେନ୍ଦୁପଲ୍ଲୀରେ ରାଧାଗୋବିନ୍ଦ ଜୀଉ କ୍ଲବର ମୁକ୍ତମଞ୍ଚ ନାଟକ ଅନୁଷ୍ଠିତ

J panda
beguni
ବେଗୁନିଆ---- ବେଗୁନିଆ ବ୍ଲକ ଙ୍କଟାବାଡ ପଞ୍ଚାୟତ ଅନ୍ତର୍ଗତ  କେନ୍ଦୁପଲ୍ଲୀ ଗ୍ରାମର ରାଧା ଗୋବିନ୍ଦ ଜୀଉ କ୍ଲବର ୩୬ ତମ  ମୁକ୍ତ ମଞ୍ଚ ନାଟକ ପରିବେଷଣ ଅନୁଷ୍ଠିତ ହୋଇ ଯାଇଛି ।  ଆୟୋଜିତ ସଭାରେ  ସଭାପତି ବସନ୍ତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ ।   କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ  ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସମିତି ସଭ୍ୟ ସୁବାସ ମହାନ୍ତି,ପୂର୍ବତନ ସମିତିସଭ୍ୟ ଶିଶିର କୁମାର ଆଚାର୍ଯ୍ୟ  ଅତିଥି ଭାବେ ଯୋଗ ଦେଇ ସର୍ବଦା  ନାଟକ ମନୋରଞନର ଖୋରାଖ ଯୋଗାଇବା ସହ ସମସ୍ତଙ୍କୁ  ଏକଯୁଟ କରାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ  ବୋଲି  ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ରବୀନ୍ଦ୍ର ନାଥ ସେଠୀ  ବାର୍ଷିକ ବିବରଣୀ ପଠନ କରିଥିଲେ  ।  ସଫଳ କଳାକାର ଭାବେ ରସାନନ୍ଦ ନାୟକଙ୍କୁ  ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା  । ପରେ ଲକ୍ଷ୍ମୀଧର  ବେହେରାଙ୍କ ନିର୍ଦ୍ଦେଶନାରେ ‘’ଭଲ ପାଇବାକୁ ଭୟ ଲାଗୁଚି’’ ସାମାଜିକ ନାଟକ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ରବିନାରାୟଣ ମହାପାତ୍ର,ରାଜକିଶୋର ସାହୁ ଓ ଳଳିତ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts