 |
delang |
ଡେଲାଙ୍ଗ ----- ପୁରୀ ଜିଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେନୁପଡା ମଠ ରେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଅଁଳାନବମୀ ପର୍ବ ପାଳିତ ହୋଇଯାଇଛି । ଅଁଳାନବମୀ ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ମା ‘ରାଧା’ଙ୍କର ପାଦ ଦର୍ଶନ ମିଳୁଥିବା ବେଳେ ଏଠାରେ ସିଦ୍ଧ ମହାପୁରୁଷ ତଥା ବେନୁପଡା ଗାଦିବ୍ରହ୍ମ ମଠର ପ୍ରତିଷ୍ଠାତା ବାଇ ଦାସଙ୍କ ମା ସାଧବାଙ୍କ ବାର୍ଷିକ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଲୋକମୁଖରୁ ଶୁଣିବାକୁ ମିଳେ ଯେ ବାଇଦାସ ଘର ଛାଡି ଏଠାରେ ରହି ଆସୁଥିଲେ । ପରେ ତାଙ୍କର ବିଧମା ମା କିପରି ଚଳିବେ ସେଥି ପାଇଁ ପୁଅ ବାଇ ଦାସଙ୍କୁ ଜଣାଇଥିଲେ । ଏହାଶୁଣି ବାଇ ଦାସ ତୁରନ୍ତ ଏକ ଧାନ ଓଳିଆ ଦେଇ ମାଙ୍କୁ କହିଥିଲେ ମା ତୁ ଏହାକୁ ନଖୋଲି ହାତଭତ୍ତି କରି ଧାନ କାଡିବୁ ତାକୁ ବିକିବଟା କରି ଚଳିବୁ । କିଛିଦିନ ପରେ ସାଧବ ସନ୍ଦେହ ପ୍ରକାଶ କରି ସେହି ଧାନ ଓଳିଆଟିକୁ ଖୋଲି ଦେଇଥିଲେ । ଖୋଲିଦେବା ପରେ ତାହା ଖାଲି ଦେଖି ମନ ଦୁଃଖରେ ପୁଅ ବାଇ ଦାସଙ୍କୁ କହିଥିଲା । ବାଇ ଦାସଙ୍କ ପାଟିରୁ ବାହାରି ପଡିଥିଲା ବାଘଖାଇ କ’ଣ କରିଲୁ । ଅଳ୍ପ ସମୟ ପରେ ବାଇଦାସଙ୍କ ମା ସାଧବାଙ୍କୁ ଗ୍ରାମ ମୁଣ୍ଡରେ ଥିବା ଏକ ପଡିଆକୁ ବାଘ ନେଇଯାଇଥିଲା । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ବେନୁପଡା ମଠରେ ବାଇଦାସଙ୍କ ମାଙ୍କ ଶ୍ରାର୍ଦ୍ଧଦିବସ ପାଳନ ଅଁଳାନବମୀ ତିଥିରେ ପାଳିତ ହୋଇ ଆସୁଛି । ଏହି ଦିନ ଅହର୍ନିଶ ନାମ ସଂକୀର୍ତ୍ତନ ସହିତ ଏକ ଯଜ୍ଞର ଆୟୋଜନ କରାଯାଇଥାଏ । ଏହି ଅବସରରେ ଭକ୍ତ ମାନେ ମଠରେ ଥିବା ସିଦ୍ଧପଞ୍ଚ ମହାପୁରୁଷଙ୍କ ଗାଦିରେ ପୂଜାର୍ଚ୍ଚନା କରିବା ସହିତ ଚଳନ୍ତି ପ୍ରତିମା ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀଙ୍କୁ ପୂଜା କରିଥାନ୍ତି । ଏଥିପାଇଁ ଭକ୍ତ ମଠ ପରିସର ଲୋକ୍ୟରଣ ହୋଇଛି । ମଠ ପାଖ ପଡିଆରେ ବିଭିନ୍ନ ଦେକାନ ବଜାର ଖୋଲିଛି । ପ୍ରାୟ ୧୦ ହଜାର ଭକ୍ତଙ୍କ ଏଠାରେ ସମାଗମ ହୋଉଥିବାରୁ ଡେଲାଙ୍ଗ ଥାନା ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତି ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସୋନପତି