ଝାଡାବାନ୍ତିରେ ଜଣଙ୍କର ମୃତ; ୨୦ ଆକ୍ରାନ୍ତ , ସଚେତନତା ଅଭାବ
ବରଗଡ-- ବରଗଡ ଜିଲ୍ଲାର ଅତାବିରା ବ୍ଳକର ହଲିପାଲ୍ଲୀ ଗ୍ରାମ ପଞ୍ଚାୟତର ବା୍ଗବାହଲ ଗ୍ରାମରେ ଝାଡାବାନ୍ତି ରୋଗରେ ଜଣଙ୍କର ମୃତ୍ୟୁ ଘଟି ଯାଇଛି । ତାଙ୍କ ନାମ ହେଲା କାନ୍ଦରୀ ମୁଣ୍ଡା( ୪୩) । ଏବେ ସୁଦ୍ଧା ପ୍ରାୟ ୨୦ ଜଣ ଏହି ରୋଗରେ ଆକ୍ରନ୍ତ ହୋଇ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବୁର୍ଲା ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । ଏହା ଆଗରୁ ଗ୍ରାମର ହାଡୁ ଭୋଇ (୫୦) ଝାଡାବାନ୍ତି ରୋଗରେ ମରିଥିଲେ । ସେହିଦିନ ଠାରୁ ଜଣଙ୍କ ପରେ ଜଣଙ୍କୁ ଝାଡାବାନ୍ତି ରୋଗରେ ପଡୁଛନ୍ତି । ସୁଚନା ଯୋଗ୍ୟ ଯେ ଟିକିରା ଗ୍ରାମ ପାଖରେ ଥିବା ପଦ୍ମାବତୀ ରାଇସିମିଲର ସମସ୍ତ ଆବର୍ଜନା ପାଣି ପାଖ ଦେଇ ଯାଇଥିବା କେନାଲ ମଧ୍ୟକୁ ଛାଡି ଦିଆଯାଇଛି । ସେହି ପାଣି ଓ ପୋଖରୀ ପାଣି ବ୍ୟବହାର କରିବା ଦ୍ୱାରା ଏହି ରୋଗ ବ୍ୟାପିଥିବାର ଗ୍ରାମବାସି ମାନେ କହନ୍ତି । ମାତ୍ର ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ଖବର ଦାତା ମାନଙ୍କୁ କିଛି କହିବ ନାହିଁ ବୋଲି ଉପରୁ ଅର୍ଡର ଆସିଛି ବୋଲି ଡାକ୍ତରମାନେ କହିଛନ୍ତି । ସଚେତନତା ଅଭାବାରୁ ଏହି ରୋଗ ବ୍ୟାପିବାରେ ଲାଗିଛି । ରୋଗୀର ଲୁଗାପଟା ଉକ୍ତ ପାଣିରେ ଧୁଆ ଧୋଇ କରୁଥିବା ବେଳେସେହି ପୋଖରୀ ପାଣିକୁ ଲୋକମାନେ ବ୍ୟବହାର କରୁଛନ୍ତି ବୋଲି ଜଣାପଡିଛି । କାନ୍ଦରୀ ମୁଣ୍ଡା ମରିବା ପରେ ଗ୍ରାମରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟ ପକ୍ଷେ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କନ୍ଦ୍ରେର ଏକ ଟିମ ଗ୍ରାମକୁ ଯାଇ ଝାଡାବାନ୍ତି ଔଷଧ୍ୟ ଦେବା ସହିତ ଏରଆରଏସ ପାଉଡର ଦେଉଛନ୍ତି । ବିଭିନ୍ନ ଯାଗାରେ ବିଂଚି ପାଉଡର ପକାଯାଇଛି । ମାତ୍ର ଝାଡାବାନ୍ତି ରୋଗ କମିବାର ନାଁଗନ୍ଦ ଧରୁନାହିଁ । ତୁରନ୍ତ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବା ସହ ଏକ ସ୍ୱତନ୍ତ ଡାକ୍ତରୀ ଦଳ ଗ୍ରାମକୁ ପଠାଇ ଉନ୍ନତ ମାନର ଔଷଧ ପତ୍ର ଦେବାକୁ ଗ୍ରାମବାସୀ ମାନଙ୍କ ପଧରୁ ଦାବି ହୋଉଛି ।
ବରଗଡ ଜିଲ୍ଲାରୁ ନବୀନ କୁମାର ଦାଶଙ୍କ ରିର୍ପୋଟ
ବରଗଡ ଜିଲ୍ଲାରୁ ନବୀନ କୁମାର ଦାଶଙ୍କ ରିର୍ପୋଟ