ଦୃଷ୍ଟିହୀନଙ୍କ ସହ ଦିନ କାଟିଲେ ରୟାଲ ୟୁନିକ ଷ୍ଟାରର ସଦସ୍ୟ
ଭୁବନେଶ୍ଵର-- ଭୁବନେଶ୍ୱରର ରୟାଲ ୟୁନିକ ଷ୍ଟାର ଗ୍ରୁପ ପକ୍ଷରୁ ଖାରବେଳନଗର ଠାରେ ଥିବା ଉତ୍କଳ ଦୃଷ୍ଟିହୀନ ସଙ୍ଘରେ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ରୟାଲ ୟୁନିକ ଷ୍ଟାର ପରିବାରର ସଦସ୍ୟ ମାନେ ସେଠେରେ ପହଁଚି ପ୍ରଥମେ ସଙ୍ଘରେ ରହୁଥିବା ସମସ୍ତ ଦିବ୍ୟାଙ୍ଗ ପିଲାଙ୍କ ସହ କେକ୍ କାଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପରେ ସଂଗୀତ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଦିବ୍ୟାଙ୍କ ପିଲାମାନେ ଖୁବ୍ ସୁନ୍ଦର ଗୀତ ମଧ୍ୟ୍ୟ ପରିବେଷଣ କରିଥିଲେ ।ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନଙ୍କ ହୃଦୟକୁ ସଂଗୀତ ବେଶ୍ ଛୁଇଁଥିବା ବେଳେ ଦିବ୍ୟାଙ୍ଗ ପିଲାଙ୍କର ଏଭଳି ପ୍ରତିଭା ପାଇଁ ବେଶ୍ ପ୍ରସଂଶା କରିଥିଲେ ଗ୍ରୁପର ସଦସ୍ୟ ମାନେ । କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ସୁଚିସ୍ମିତା ଦାଶ,କାଳୀ ପ୍ରସାଦ ଦାଶ,ଲିଙ୍କନ କୁମାର,ରାକେଶ କୁମାର ସେଠୀ,ସାଗରୀକା ମିଶ୍ର,ସାଇପ୍ରିୟା ଦାସ,କୁମାର ଗଣେଶ,ମଣ୍ଟି ଦ ରକ୍ ଷ୍ଟାର, ସସ୍ମିତା ସିଂ,ପ୍ରଣତି ପରିଡା,ଚନ୍ଦ୍ରଶେଖର ପ୍ରଧାନ,ସରୋଜ ମିଶ୍ର,ସୁଇଟ ରାଣୀ ପାଲ,ରଶ୍ମିରଞ୍ଜନ ବାରିକ,ଅନିକା ମହାପାତ୍ର ,ସ୍ମିତା ବିଶ୍ୱାଳ,ସଙ୍ଗୀତା ବେଉରିଆ,ମାନସ ଥଟୋଇ,ସନ୍ତୋଷ,ଲିପିନା ସୁବୁଦ୍ଧି,ଆରତି ଦେ,ନାରାୟଣ ନାୟକ,ମୀନତି ପ୍ରଧାନ,ସୋମ୍ୟ ରଞ୍ଜନ ବରାଳ,ପ୍ରିନ୍ସ ପ୍ରଭାସ,ପ୍ରିୟା ଦାସ,ମୋନାଲିସା ପାତ୍ର,ସତ୍ୟଜିତ୍ ନାୟକ,ସତ୍ୟପ୍ରକାଶ ଓ ଆୟୁଶ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ବହୁତ ଦୁର ଦୁରାନ୍ତରୁ ଗୃପର ସଦସ୍ୟ ମାନେ ଆସି ସେଚ୍ଛାକୃତ ଭାବେ ସାମିଲ ହୋଇ ସହଯୋଗର ହାତ ବଢାଇ ଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ସଦସ୍ୟ ମାନଙ୍କର ବିନା ସହଯୋଗରେ ଏହା କେବେ ବି ସମ୍ଭବ ହୋଇନଥାନ୍ତା ବୋଲି କହିଛନ୍ତି ଟିମ୍ ମୁଖ୍ୟ । ଉତ୍କଳ ଦୃଷ୍ଟିହୀନ ସଂଘରେ ରୟାଲ ୟୁନିକ ଷ୍ଟାର ଗ୍ରୁପ ପକ୍ଷରୁ ଏହିଭଳି ସାମାଜିକ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିବାରୁ ଉତ୍କଳ ଦୃଷ୍ଟିହୀନ ସଙ୍ଘ ପକ୍ଷରୁ ସେମାନେ ମଧ୍ୟ ରୟାଲ ୟୁନିକ ଷ୍ଟାର ସଦସ୍ୟମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।