Breaking News

ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାୟାକଳ୍ପ ଟିମ ମୂଲ୍ୟାୟନ କଲେ

 D Senapati
sajhigopal
ସାକ୍ଷୀଗୋପାଳ ----- ରାଜ୍ୟ ସରକାରଙ୍କ ଚିକିସ୍ଥା କେନ୍ଦ୍ରର ସ୍ୱଚ୍ଛତା ଓ ସୌନ୍ଦଜ୍ୟକରଣ ଲକ୍ଷ୍ୟ ନେଇ କାୟାକଳ୍ପ  ପର୍ଯ୍ୟବେକ୍ଷକ ବୁଧବାର ଅପରାହ୍ନରେ  ସାକ୍ଷୀଗୋପାଳ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ବିଭାଗ ପରିଦର୍ଶନ କରି ମୂଲ୍ୟାଙ୍କନ କରି ଫେରିଯାଇଥିବା ଜଣାପଡିଛି । ଏହି ଟିମରେ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଲୋକନାଥ ପାତ୍ର, ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ବିରଷ୍ଠ ତାଲିମ ପରାମର୍ଶ ଦାତା ମୃତ୍ୟୁଞ୍ଜୟ ରଥ ଓ ଜି ଏମ ପି ଏସ ଆଇର ପ୍ରାଣ ଗୋପାଳ ଦାସ ରହିଛନ୍ତି ।  ପର୍ଯ୍ୟବେକ୍ଷକ ମାନେ ସ୍ୱାସ୍ଥ୍ୟ କେନ୍ଦ୍ରର ବହିଃ ବିଭାଗ, ନିରାମୟ ଓøଷଧ କେନ୍ଦ୍ର, ଡ୍ରେସିଂ ଗୃହ, ପ୍ରସ୍ତୁତି ଓ ଶିଶୁ ଶର୍ଯ୍ୟା ଗୃହ, ସାଧାରଣ ମହିଳା ଓ ପୁରୁଷ ରୋଗୀ ଶର୍ଯ୍ୟ ଗୃହ, ରଞ୍ଜନ ରଶ୍ମି ବିଭାଗ, ପୁଷ୍ଟି ପୁର୍ନବାସ କେନ୍ଦ୍ର, କଲରାୱାର୍ଡ, ପ୍ରସ୍ତୁତି ଲେବର ରୁମ, ଶୌଚାଳୟ, ଟୀକା ସଂରକ୍ଷଣ କେନ୍ଦ୍ର, ଜନସ୍ୱାସ୍ଥ୍ୟ ସଂପ୍ରସାରଣ, ଔଷଧୀୟ ବଗିଚା , ଫେଲେରିଆ ଗୃହ ବୁଲିକି ଦେଖିଥିଲେ  । ସାକ୍ଷୀଗୋପାଳ ମେଡିକାଲ ଇନିଚାର୍ଯ୍ୟ ଡ, ସୀମାନ୍ତ ଦାଶ , ଡ ବାସନ୍ତୀ ଦେବୀ ଓ ବିଶ୍ୱଜିତି ମିଶ୍ର ଙ୍କ ସହିତ ହିସାବ ନୀରିକ୍ଷକ ସୁରେନ୍ଦ୍ର କୁମାର ବେହେରା ଓ ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ନନ୍ଦ ପ୍ରମୁଖ ଉକ୍ତ ପର୍ଯ୍ୟବେକ୍ଷକ ମାନଙ୍କୁ ମ୍ୟୂାୟନ କରିବାରେ ସହଯୋଗ କରିଥିଲେ  ।  ମେଡିକାଳର ନର୍ସ, କର୍ମଚାରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ  । ୱାର୍ଡରେ ଥିବା ବିଭିନ୍ନ ରଙ୍ଗର ଡଷ୍ଟବିନି ସମ୍ପର୍କରେ ପଚାରି ବୁଝିଥିଲେ  ।  ଏପରିକି କେତକ ରୋଗୀ ମାନଙ୍କୁ ଔଷଧ କେଉଁଠାରୁ ଆଣୁଛ ବୋଲି ଡ. ଲୋକନାଥ ପାତ୍ର ପଚାରିବାରୁ ରୋଗୀ ମାନେ କହିଥିଲେ ବାହାରୁ କିଣିବାକୁ ପଡୁଛି । ମାତ୍ର ଆଜି କିଏ ଆସୁଛି ବୋଲି  ଆମକୁ ମେଡିସିନ ଷ୍ଟେରରୁ ଦେଇଛନ୍ତି । ଏଠାରେ ଅପରାହ୍ନ ୨ଟା ପରେ ନିରାମୟ ମେଡିସିନ ମିଳେ ନାହିଁ  । ସାଧାରଣ ଟିଟି ଇଞ୍ଜେକସନ ଏଠାରେ ନ ଥାଏ  । ଦୁର୍ଘଟଣା ଗସ୍ତ ଲୋକମାନେ ସବୁକିଛି କିଣିଥାନ୍ତି । ଅନ୍ୟପକ୍ଷେ ଦୀର୍ଘଦିନ ଧରି ଅପରିଷ୍କାର ହୋଇ ପଡିଥିବା ଡାକ୍ତରଖାନା ଯାହାକିଛି ହେଉ କାୟାକଳ୍ପ ଟିମ ଯୋଗୁ ସଫେଇ ହୋଇଯାଇଛି ବୋଲି କିଛି ଲୋକମାନେ କହିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts