 |
Baragarh |
ବରଗଡ----- ବରଗଡ଼ ଜିଲ୍ଲାରେ ଖରିଫ ଧାନ ବିକ୍ରୟ କୁ ନେଇ ଚାଷୀ ଏବେ ଆତଙ୍କରେ। ସରକାର ରାତି ଅଧରେ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀ ଆନ୍ଦୋଳନ ମୋର ଧରିଛି। ସରକାର ଧାର୍ଯ୍ୟ ୧୫ ତାରିଖରେ ମଣ୍ଡି ଖୋଲିଛନ୍ତି ।ହେଲେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଧାନ କିଣାବିକା ବନ୍ଦ ହେଇଯାଇଛି । ଯାହା ଶାନ୍ତି ଶୃଙ୍ଖଳାର ସହିତ ଚାଷୀ ମାନେ ୧୧ତାରିଖରୁ ଆନ୍ଦୋଳନ ଜାରି ରହିଛି । ଗୋଡ଼ଭଗା ମାର୍କେଟ ୟାଡ଼ରେ ହଜାର ହଜାର ଚାଷୀଙ୍କ ଆନ୍ଦୋଳନାତ୍ମକ ସଭା ଅନୁଷ୍ଠିତ ହୋଇଯାଇଛି । ନିଷ୍ପତ୍ତି କ୍ରମେ ଚାଷୀ ବିରୋଧୀ ସରକାର ତଥା ଅଜଣା ଥିବା ଟୋକନ ବ୍ୟବସ୍ଥାକୁ ନେଇ ବିରୋଧ କରିଛନ୍ତି ଚାଷୀ ।ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ହେଲେ ଜିଲ୍ଳା ପ୍ରଶାସନ ହାତଟେକି ଦେଇଥିବାର ଚାଷୀ କହନ୍ତି। ଚାଷୀ ଜୀବନକୁ ପାଣି ଛଡାଇ ହାଡ଼ଭଙ୍ଗା ପରିଶ୍ରମରେ ଅମଳ କରିଥିବା ଧାନକୁ କେମିତି ସୁଚାରୁରୂପେ ବିକ୍ରି କରାଯିବ ତାରି ବ୍ୟବସ୍ଥା ନକରି ପୋଲିସର କଡା ବଳୟ ମଧ୍ୟରେ ଧାନ ମଣ୍ଡି ଓ ଚାଷୀ ଆନ୍ଦୋଳନକୁ ଜାରି ରଖିବା ପାଇଁ ବାଧ୍ୟ କରିଛନ୍ତି ରାଜ୍ୟ ସରକାର।ଯେ ପର୍ଯ୍ୟନ୍ତ ଟୋକନ ବ୍ୟବସ୍ଥା ଉଠାଯାଇ ନାହିଁ ସେ ପର୍ଯ୍ୟନ୍ତ ଧାନ ବିକ୍ରୟ ବନ୍ଦ ବୋଲି ଚାଷୀ ମାନେ କହିଛନ୍ତି ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ