କୋଣାର୍କରେ ବିଶ୍ୱଐତିହ୍ୟ ସପ୍ତାହ ପାଳିତ
![]() |
konark |
କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସରସ୍ୱତୀ ବନ୍ଦନାରେ ସ୍ୱାଗତ ସଙ୍ଗୀତ ଓ ଗୋଟୀପୁଅ, ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଅପରାହ୍ନରେ ସୂର୍ଯ୍ୟମନ୍ଦିର ଭ୍ରମଣରେ ଆସିଥିବା ପର୍ଯ୍ୟଟକଙ୍କ ନିମନ୍ତେ କୋଣାର୍କ ନାଟ୍ୟମଣ୍ଡପର ଶିଶୁ କଳାକାରଙ୍କ ପକ୍ଷରୁ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ସୂର୍ଯ୍ୟମନ୍ଦିର ପରିସରରେ ଆୟୋଜିତ ସଭାରେ ଏସ୍ଆଇର ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ , ଏଏସଆଇର ଉପଅଧିକ୍ଷଣ ପୁରାତତ୍ତ୍ୱବିଦ ଗୌତମୀ ଭଟ୍ଟାଯାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଐତିହ୍ୟଗୁଡ଼ିକର ସୁରକ୍ଷା ଦିଗରେ ସ୍ଥାନୀୟ ଜନସାଧାରଣ ଛାତଛ୍ରାତ୍ରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଗାମି ପିଢ଼ି ଏଦିଗରେ ଅଧିକରୁ ଅଧିକ ସଚେତନ ଓ ଯତ୍ନବାନ ହେବା ଅପରିହାର୍ଯ୍ୟ ହୋଇପଡିଛି ବୋଲି ମତପୋଷଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଆଜି ବିଶ୍ୱ ଐତିହ୍ୟ ସପ୍ତାହ ଉପଲକ୍ଷେ ସୂର୍ଯ୍ୟମନ୍ଦିର ମଧ୍ୟକୁ ପ୍ରବେଶ ଶୁଲ୍କ ଛାଡ଼ କରାଯାଇଥିବାରୁ ମନ୍ଦିର ପରିସରରେ ପର୍ଯ୍ୟଟକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଅବସରରେ ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ଟିକଟ କାଉଣ୍ଟର ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଏଏସଆଇର ପ୍ରାକ୍ତନ କର୍ମଚାରୀ ହରିଶ୍ଚନ୍ଦ୍ର ଦାଶ ସଂଯୋଜନା କରିଥିବା ବେଳେ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ସହାୟକ ନିରଜ ସିଂ, କୋଣାର୍କ ସଂଗ୍ରହାଳୟର ଅଧିକାରୀ ପି.କେ. ନାୟକ, ରତ୍ନଗିରି ସଂଗ୍ରହାଳୟର ଅଧିକାରୀ, ଭାଗିରଥି ଗାରତିଆ, କୋଟେୟା ସାର, ବୈଭବ ଶ୍ରୀବାସ୍ତବ, ରାହୁଳ ଶ୍ରୀବାସ୍ତବ, ସଞ୍ଜୟ ଗୋଚ୍ଛାୟତଙ୍କ ସମେତ ସୂର୍ଯ୍ୟମନ୍ଦିର ସଂରକ୍ଷର ଦାୟୀତ୍ୱରେ ଥିବା ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ