Breaking News

ସରକାରୀ ସୁବିଧାରୁ ବଞ୍ଚିତ ବିଧବା ମହିଳା

ବେଗୁନିଆ---- ବେଗୁନିଆ  ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମ ହରିଜନ ସାହିର ସହଦେବ ନାୟକ ଗତ ମେ ମାସ ୨୦ ତାରିଖ  ରାତିରେ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ନାମକୁ ମାତ୍ର ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇ ଦେଇଥିଲେ  । ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ସହାୟତା ତାଙ୍କୁ ମିଳିଲା ନାହିଁ  । ବିଧବା ଭତ୍ତା ପାଇବା ପାଇଁ  ଲତା ନାୟକ  ବାରମ୍ବାର  ବ୍ଲକ କାର୍ଯ୍ୟାଳୟକୁ  ଦୌଡିଥିଲେ ମଧ୍ୟ  ତାଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତାଟିଏ ମିଳିପାରି ନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି  । ୨୦୦୦ ମସିହା  ପୂର୍ବରୁ ମିଳିଥିବା ଇନ୍ଦିରା ଆବାସ ଯୋଜନାରେ ସାମିଲ ହୋଇ  ଠିକାଦର ଦ୍ୱାରା ନିର୍ମାଣ କରାଯାଇଥିଲା । ମାତ୍ର ଗୃହଟି ଏବେ ଜରାଜୀର୍ଣ୍ଣ   ଥିବାରୁ ତାହା କେତେବେଳେ  ଭୁଷୁଡି ପଡିବ କହି ହେଉ ନାହିଁ  । ପରିବାର ଆୟ  କିଛି ନଥିବାରୁ  ଲତା ନିଜର ଏକମାତ୍ର ଦିବ୍ୟାଙ୍ଗ ବଡଝିଅ ସବିତା ସହ ଆର୍ଥିକ ଅନାଟନ ସହ  କାଳାତିପାତ କରୁଛନ୍ତି । ପ୍ରଶାସନ ପକ୍ଷରୁ  ବିଧବା ଭତ୍ତା କେବେ ମିଳିବ ଲତା ଚାହିଁ ବସିଛନ୍ତି । ଏଠାରେ ରାଜ୍ୟ  ସରକାରଙ୍କ ୫ ଟି  ଯୋଜନା  କୌଣସି ଫଳପ୍ରଦ ହୋଇ ପାରି ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଏ ନେଇ ବିଡିଓ ରବି ନାରାୟଣ ମାଝୀଙ୍କୁ ପଚାରିବାରେ ତାଙ୍କୁ ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ ।  ବେକୁନିଆରୁ ଯୋଗେଶ୍ୱର ପଣ୍ଡା
 J panda
Begunia

Blog Archive

Popular Posts