ସମାଜସେବୀଙ୍କ ପରଲୋକ
ବେଗୁନିଆ-- –ବେଗୁନିଆ ବ୍ଲକ ପଣ୍ଡାଳମ ଗ୍ରାମର ସମାଜସେବୀ ରବି ନାରାୟଣ ମହାପାତ୍ରଙ୍କ (୬୪)ବର୍ଷରେ ହୃଦଘାତରେ ପରଲୋକ ଘଟିଛି । ସୋମବାର ରାତିରେ ହଠାତ ଦେହ ଅସୁସ୍ଥ ହେବାରୁ ପରିବାର ଲୋକମାନେ ତାଙ୍କୁ ଚିକିତ୍ସା ନିମିତ ଭୁବନେଶ୍ୱରର ଏକ ପ୍ରାଇଭେଟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ତାଙ୍କ ମରଶରୀରକୁ ଗ୍ରାମକୁ ଅଣାଯାଇଥିଲା । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶୋକର ଛାୟା ଗ୍ରାମରେ ଖେଳି ଯାଇଛି । ସ୍ୱର୍ଗତ ମହାପାତ୍ର ଜଣେ ପରୋପକାରୀ,ମିଷ୍ଟଭାଷୀ,ନ୍ୟାୟବିତ୍, ଧର୍ମପରାୟଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ । ଶବାଧାରକୁ ସଂକୀର୍ତନ କରି ଗ୍ରାମ ପରିକ୍ରମା କରାଯାଇ ଜ୍ୟେଷ୍ଠପୁତ୍ର ଲଳିତ ମୋହନ ମହାପାତ୍ର ମୁଖାଗ୍ନି ଦେବା ପରେ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା