Breaking News

କଣାସ ଅଞ୍ଚଳରୁ ୩ମାସ ହେଲା ଝାଡାବାନ୍ତି ପିଛାଛାାଡୁନି; ଆଜି ୧୦ ଆକ୍ରାନ୍ତ


 କଣାସ --- କଣାସ ବ୍ଲକରେ ପ୍ରବାହିତ ହେଉଥିବା ଦୟାନଦୀର ଜଳ ପ୍ରଦୂଷିତ ଯୋଗୁଁ ତିନିମାସ ତଳେ ନୂଆଗାଁ, ନଈକୂଳପାଟଣା, ଗଡିଶାଗୋଦା, ଜାଗୁଳେଇପଦର, କଳାପଦର, ଗୋପିନାଥପୁରରେ ଦୀର୍ଘ ୧ମାସ ଧରି ଝାଡାବାନ୍ତି ଲାଗି ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବ୍ଲକ, ଜିଲ୍ଲା ଓ ରାଜ୍ୟ ପ୍ରଶାସନର ନିଦ ହଜିଯାଇଥିଲା । ଝାଡାବାନ୍ତି ଥମିଥିବା ବେଳେ ପୁନଶ୍ଚ ୨୫ଦିନ ହେଲା ଝାଡାବାନ୍ତି ବିଭିନ୍ନ ଗ୍ରାମରେ ଲାଗିଥିବାର ଜଣାପଡିଛି । ବିଭିନ୍ନ ଗ୍ରାମ ରୁ ଦୈନଦିନ ୧୦ରୁ ୨୦ଜଣ ଝାଡାବାନ୍ତି ରୋଗୀ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଛନ୍ତି । କ୍ରମାଗତ ଭାବେ ଝାଡାବାନ୍ତି ଲାଗିଥିବାରୁ ଜିଲ୍ଲାପାଳ ଚଞ୍ଚଳ ରଣା, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅକ୍ଷୟ ଶତପଥୀ ଝାଡାବାନ୍ତି ଲାଗିଥିବା ଗ୍ରାମ ବୁଲି ଦେଖିବା ସହିତ କାହିଁ ଝାଡାବାନ୍ତି ଲାଗିରହୁଛି ତାହାର ତଦନ୍ତକରି ଫେରିଥିଲେ ।  ପ୍ରତ୍ୟେକ ଦିନ ଝାଡାବାନ୍ତି ରୋଗୀ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି । ଆଜି ନୂଆଦୋକନ୍ଦା ଗ୍ରାମର ଅନୁପମା ବେହେରା ୪୦ବର୍ଷ, ନାନାକେରା ଗ୍ରାମର ଇଲା ଜେନା ୪୫ବର୍ଷ, କାତପଡା ଗ୍ରାମର ଲକ୍ଷ୍ମୀପ୍ରିୟା ସାହୁ ୩୬ବର୍ଷ, କରମଳା ଗ୍ରାମର ମହନ୍ତି ବିଶ୍ୱାଳ ୬୦ବର୍ଷ, କରମଳା ଗ୍ରାମର ଧୁଶାସନ ବିଶ୍ୱାଳ ୬୫ବର୍ଷ ଏବଂ ଗଡସାହି, ଦୁପୁର ଏବଂ ଗଡମାଟିଆପଡା ଗ୍ରାମର ମୋଟ ୧୦ଜଣ ଝାଡାବାନ୍ତି ରୋଗୀ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଚିକିତ୍ସିତ ହେଉଛନ୍ତି । ତୁରନ୍ତ ପୁରୀ ଜିଲ୍ଲାପାଳ ନଜର ଦେବା ସହ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମବାସୀ ମାନଙ୍କ ପକ୍ଷରୁ ଦାବୀ ହେଉଛି।କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୨୦ା୭ା୨୦୨୫---୮,୧୦ Sakhigopal News,20/7/2025


Blog Archive

Popular Posts