ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ଯାଳୟ ପରିସରରେ ଜାତୀୟ କୃଷି ବଜାର ଇନାମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ସାକ୍ଷୀଗୋପାଳ -- ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ଯାଳୟ ସଭାଗୃହରେ ଇ -ନାମ ର ନୂତନ ଭର୍ସନ ୨,୦ ଏକ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୦ ଜଣ ରୁ ଅଧିକ ବ୍ଯବସାୟୀ , ବିଭିନ୍ନ ବର୍ଗର ଚାଷୀ ପ୍ରମୁଖ ଯୋଗଦେଇ ଥିଲେ। ପ୍ରଥମେ ମୁଖ୍ୟ ଅତିଥି ବିଭାଗୀୟ ଡାଇରେକ୍ଟର ସନ୍ଦିପ କୁମାର ଦେ ଓ ଅନ୍ଯମାନେ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ପୁରୁଷୋତ୍ତମ ନାୟକ ଅତିଥି ପରିଚୟ ଦେବା ସହିତ ଇ ନାମ ବଜାର ଯୋଗୁ କ'ଣ କ'ଣ ସୁବିଧା ସୁଯୋଗ ରହିଛି ସେ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ମେକାନିକାଲ ଆସିଷ୍ଟାଣ୍ଟ୍ ରଶ୍ମି ରଞ୍ଜନ ନାୟକ , ରାଜ୍ଯ ସଂଯୋଜକ ବିଶ୍ୱରଞ୍ଜନ ମହାନ୍ତି ,ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟର ହିସାବ ନିରିକ୍ଷକ ଜଗତ ଜ୍ଯୋତି ସାହୁ , ନୋଡାଲ ଅଫିସର ସୁରେନ୍ଦ୍ର କୁମାର ଦତ୍ତ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ଦିପକ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଥିଲେ । ଇନାମ ମାଧ୍ୟମରେ ଚାଷୀ ତଥା ବ୍ଯବସାୟୀମାନେ ଗୋଟିଏ ସ୍ଥାନରେ ରହି ଦେଶର ସବୁ ରାଜ୍ଯରୁ ସାମଗ୍ରୀ କିଣି ପାରିବା ସହିତ ବିକ୍ରୀ ଏବଂ ମୂଲ୍ଯ ସଂପର୍କିତ ତଥ୍ଯ ପାଇ ପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ବିଶେଷ କରି କିପରି ଇ-ନାମ ମାଧ୍ୟମରେ ନିଜ ର ନାମ ବା ଫାର୍ମ ନାମ ପଞ୍ଜିକରଣ କରିପାରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୭/୨୦୨୫---୮,୨୫ Sakhigopal News,29/7/2025