ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଧାର କରିଛି ଭଞ୍ଜନଗର ପୁଲିସ
ଭଞ୍ଜନଗର,:ମଙ୍ଗଳବାର ଭଞ୍ଜନଗର ଥାନା ଅନ୍ତର୍ଗତ ଫୁଲବାଣୀ ରାସ୍ତାର ସୋରା ଦେବୀ ମନ୍ଦିର ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କର ମୃତଦେହ ଭଞ୍ଜନଗର ପୋଲିସ ଉଦ୍ଧାର କରିଛି।ଉକ୍ତ ବ୍ୟକ୍ତି ଜଣଙ୍କ ଆଜି ସକାଳ ୮ଟା ବେଳେ ବ୍ରହ୍ମପୁରରୁ ବସ୍ ଯୋଗେ ଆସି ଭଞ୍ଜନଗର ବସ ଷ୍ଟାଣ୍ଡରେ ଓହ୍ଲାଇବାର ଥିଲା।ହେଲେ ଗାଡିରେ ଆଖି ଲାଖି ଯାଇଥିବାରୁ ସେ ବସ୍ ରେ ରହି ଯାଇଥିଲେ।ତାଙ୍କ ନିଦ ଭାଙ୍ଗିଲା ବେଳକୁ ଉକ୍ତ ବସ୍ ଟି କେଏସୟୁବି କଲେଜ ଡେଇଁ ଆଗକୁ ପଳେଇ ଥିଲା।ତେଣୁ ବସ୍ କର୍ମଚାରୀ ତାଙ୍କୁ ନେଇ ସୋରାଦେବୀ ମନ୍ଦିର ନିକଟରେ ଓହ୍ଲାଇ ଦେଇଥିଲେ।ସେଠାରେ ଉକ୍ତ ବ୍ୟକ୍ତି ମନ୍ଦିର ଟ୍ୟାପରୁ ପାଣି ପିଇ ନିକଟରେ ଥିବା ଏକ ପିଣ୍ଡିରେ ବସି ରହିଥିଲେ।ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ନ ଉଠିବାରୁ ମନ୍ଦିର କର୍ମକର୍ତ୍ତା ପୋଲିସକୁ ଖବର ଦେଇଥିଲେ।ପୋଲିସ ଘଟଣାସ୍ଥଳରେ ପହଞ୍ଜି ଉକ୍ତ ବ୍ୟକ୍ତିଙ୍କୁ ଉଧାର କରି ଭଞ୍ଜନଗର ମେଡିକାଲରେ ଭତ୍ତି କରାଯାଇଥିଲା ।ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତକଙ୍କ ପରିଚୟ ସମ୍ପର୍କରେ କୌଣସି ସୂଚନା ନଥିବାରୁ ଶବ କୁ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି।ଯଦି କେହି ଅଜଣା ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସୂଚନା ପାଆନ୍ତି।ତେବେ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କୁ ଏହି 9556659445 ନମ୍ବରରେ ଜଣାଇବାକୁ ଶ୍ରୀ ଜେନା ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୯/୭/୨୦୨୫--++୮,୩୦ Sakhigopal News,29/7/2025