Breaking News

ଜଙ୍ଗଲ ନିକଟରେ ଚାଲିଥିଲା କରତ କଳ,ଲକ୍ଷାଧିକ ମୂଲ୍ୟର ଶାଗୁଆନ୍ କାଠ ଜବତ



ଭଞ୍ଜନଗର---- ଜଙ୍ଗଲ ନିକଟରେ ଚାଲିଥିଲା, ଭ୍ରାମ୍ୟମାଣ କରତ କଳ । ସୂଚନା ପାଇ ଘଟଣା ସ୍ଥଳରେ ଚଢ଼ାଉ କଲା ବନ ବିଭାଗ । ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରିୟ ବନାଞ୍ଚଳ ଅନ୍ତର୍ଗତ ଗାଙ୍ଗପୁର ସେକ୍ସନ୍ ର ପର୍ଶୁଲୁଣ୍ଡା ବିଟ୍ ର ବୁଢାକେନ୍ଦୁ ଜଙ୍ଗଲ ନିକଟରେ ଚଢ଼ାଉ କରିଥିଲା ବନ ବିଭାଗ । ବନାଞ୍ଚଳ ଅଧିକାରୀ ପୃଥିବୀରାଜ ପ୍ରଧାନ ଦେଇଥିବା ସୂଚନା ପ୍ରକାରେ, ଗୁରୁବାର ସନ୍ଧ୍ୟାରେ ସୂଚନା ପାଇ ଏହି ଚଢ଼ଉ ହୋଇଥିଲା । ଘଟଣା ସ୍ଥଳରୁ ୭୦ ସିଫଟି କାଠ ଜବତ ହୋଇଥିବା ବେଳେ, ଗୋଟିଏ  ଟ୍ରାକ୍ଟର ରେ ଖଞ୍ଜା ହୋଇଥିବା କରତ କଳ ଏବଂ ଗୋଟିଏ ଟାଟା ଏସି ଗାଡ଼ି ଜବତ ହୋଇଛି  ।  ଘଟଣା ସ୍ଥଳରୁ କାଠ ମାଫିଆ ଫେରାର ଥିବା ବନ ବିଭାଗ କହିଛି । ଘଟଣା ପ୍ରକାରେ ବନ ବିଭାଗକୁ ଚକମା ଦେବାପାଇଁ, ସଂପୃକ୍ତ କାଠ ମାଫିଆ ମାନେ ଗୋଟିଏ ଟ୍ରାକ୍ଟର ରେ କରତ କଳ ଖଞ୍ଜି ରଖିଛନ୍ତି । ବିଭିନ୍ନ ସ୍ଥାନକୁ ବୁଲି ବୁଲି ଚୋରା କାଠକୁ କାଟିବା ସହ, କାଠ ବ୍ୟବସାୟ କରୁଛନ୍ତି । ତେବେ ଗତ ଓଡିଶା ବନ୍ଦ ପାଳନ ବେଳେ କାଠ ମାଫିଆ ମାନେ ଏଭଳି କାରନାମା କରୁଥିବା ସଂକ୍ରାନ୍ତରେ ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି । ଏହା ଦୀର୍ଘଦିନ ଧରି ଚାଲୁଥିବା ସନ୍ଦେହ କରାଯାଉଛି । ତେବେ ଗତ ଦିନ ମାନଙ୍କରେ ମଧ୍ୟ ଏଭଳି କରତ କଳ ଏବଂ ଚୋରା କାଠ କାରବାର ସଂକ୍ରାନ୍ତରେ ବନବିଭାଗ ଚଢ଼ାଉ କରି ସଫଳତା ପାଇଥିବା ବେଳେ, ଆସାମୀ ଖସି ଯାଇଥିଲେ । ଏବେ ବି ସମାନ ଅବସ୍ଥା । ବନ ବିଭାଗର ଚଢ଼ାଉରେ ସଫଳତା ମିଳୁଛି, ଏନେଇ ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଲେ ଚାଲିଥିବା ଚୋରା କାଠ ରାକେଟ୍ ର ମାଷ୍ଟର ମାଇଣ୍ଡ ଧରାପଡିବ ବୋଲି କୁହାଯାଉଛି । ଜଙ୍ଗଲ ବିଭାଗ ଚଢାଉ କରିବା ଆଗରୁ ଚୋରା କାଠବେପାରି ମାନେ କିପରି ସୁଚନା ପାଉଛନ୍ତି ଯାହାକି ସେମାନେ ଖସି ପଳାଇବାରେ ସକ୍ଷମ ହେଉଛନ୍ତି। ଏଥିରେ ବନ ବିଭାଗ କର୍ମଚାରୀମାନେ ସମ୍ପୁକ୍ତୁ ଥିବା ଜଣସାଧାରଣରେ ଆଲୋଚନା ହେଉଛି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ, ୧୯/୭/୨୦୨୫---୯,୧୦ Sakhigopal News,19/7/2025

Blog Archive

Popular Posts