Breaking News

ଅଜଣା ଗାଡିଧକାରେ ଯୁବକ ମୃତ


କଣାସ-- କଣାସ ବ୍ଲକ ନୂଆ ଜଗନ୍ନାଥ ସଡକର ଚୁପୁରିଙ୍ଗି ବଜାରରେ ଅଜଣା ଗାଡିଧକାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ନେବାରେ ଜଣାପଡିଛି ଶ୍ରୀମକୁନ୍ଦପୁର ଗ୍ରାମର ଅକ୍ଷୟ ନାୟକ ୪୫ବର୍ଷ ।  ଗତକାଲି ରାତିରେ ଜଙ୍କିଆ ବଜାରରୁ ନିଜ ଘରକୁ ଜଗନ୍ନାଥ ସଡକରେ ଚାଲିଚାଲି ଯାଉଥିବା ବେଳେ ଚୁପୁରିଙ୍ଗି ବଜାରରେ କୌଣସି ଗାଡି ତାଙ୍କୁ ଧକା ଦେବାରୁ ସେ ରାସ୍ତାରେ ପଡିଯାଇଥିଲେ । କେତେକ ବ୍ୟକ୍ତି ତାଙ୍କୁ ଚିକିତ୍ସା ପାଇଁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ ।  କାର୍ଯ୍ୟରତ ଡାକ୍ତର ଅକ୍ଷୟଙ୍କର ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ । ଖବର ପାଇ ଗଡିଶାଗୋଦା ଥାନା ଆଇ.ଆଇ.ସି ସୁଧିର ଦାସ ଅକ୍ଷୟଙ୍କ ଶବକୁ ଯବତ କରି ଗଡିଶାଗୋଦା ଥାନା କେସ୍ ନଂ-୧୧୭/୨୦୨୫ରେ ଏକ ମକଦ୍‌ମା ରୁଜ କରି ଶବ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିବା ଜଚ୍ଚାପଡିଛି । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୨୦ା୭ା୨୦୨୫---୮,୧୦   Sakhigopal News, 20/7/2025


Blog Archive

Popular Posts