ବର୍ଷ ତମାମ ଗଲା କେନାଲ ସଫା ହେଲାନାହିଁ ; ବର୍ଷା ଦିନେ କେନାଲ ସଫାକାର୍ଯ୍ୟ ଚାଲିଛି
କଣାସ-- କଣାସ ବ୍ଲକର କଣାସ କେନାଲରୁ ଜଳସେଚନ ବିଭାଗ କାର୍ଯ୍ୟାଳୟ ଠାରୁ ବାହାରିଥିବା ବେଣାଗାଁ ମାଇନର ଦୀର୍ଘ ବର୍ଷ ହେଲା ପୋତି ହୋଇପଡିଥିବାରୁ ତଳମୁଣ୍ଡର ଚାଷୀମାନେ ଟୋପାଏ ହେଲେ ପାଣି ପାଉନାହାନ୍ତି । ଶୀତ ଓ ଖରାଦିନ ଗଲା କେନାଲ ସଫେଇ କାର୍ଯ୍ୟ ହୋଇ ନ ଥିଲା । କେନାଲ ପାଖରେ ଯାଇଥିବା ବାସଗୃହର ଲୋକମାନେ କେନାଲରେ ଆବର୍ଯ୍ୟନା ପକାଇବା ଏବଂ କଲିକତିଦଳ ଯୋଗୁଁ କେନାଲ ପୋତି ହୋଇପଡିଛି । ଜେସିବି ଯୋଗେ କେନାଲ ମଧ୍ୟରୁ ଦଳ ଓ ଆବର୍ଯ୍ୟନା କଢାଯାଇ ଟ୍ରାକ୍ଟର ଯୋଗେ ଅନ୍ୟତ୍ର ବୁହାଯାଉଥିବା ଦେଖିବାକୁ ମିଳିଥିଲା । ଏ ସଂପର୍କରେ କଣାସ ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀ ମକର ବେହେରାଙ୍କୁ ପଚାରିବା ପାଇଁ ଟେଲିଫୋନ୍ ଯୋଗେ ଚେଷ୍ଟା କରାଯାଇଥିଲେ ମଧ୍ୟ ସଫଳ ହୋଇନଥିଲା । ବାହାର ଏକ ଖବର ମିଳିଲା କଣାସ ପାଣିପଞ୍ଚାୟତ ଗଠନ ପରେ ପାଣି ପଞ୍ଚାୟତର କର୍ମକର୍ତ୍ତା ମାନେ କେନାଲ ସଫା କାର୍ଯ୍ୟ ଜେସିବି ମାଧ୍ୟମରେ କରୁଛନ୍ତି । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୨୮ା୭ା୨୦୨୫---୮,୧୫ Sakhigopal News,28/7/2025