ସରକାରୀ ନିୟମ ଉର୍ଦ୍ଧରେ ନଗରପାଳ
ଜଟଣୀ : ସରକାରୀ ନୀତି ନିୟମକୁ ଫୁ କରି ବିଭାଗୀୟ ଲେଟର ପ୍ୟାଡରେ ନୋଟିସ ଜାରିକରି ସମାଲୋଚନାକୁ ଆସିଛନ୍ତି ନଗରପାଳ l ଏଠାରେ ଉଲ୍ଲେଖ ଯୋଗ୍ୟଯେ ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ମନୋମୁଖୀ ଯାଆସ ଉପରେ ରୋକ ଲଗାଇବା ଉଦ୍ଧେଶ୍ୟରେ ସରକାରୀ ସ୍ତରରେ କର୍ମଚାରୀଙ୍କ ଆସିବା ସମୟ ଦିନ ୧୦ ଘଟିକା ହୋଇଥିବା ବେଳେ କାର୍ଯ୍ୟ ଆରମ୍ଭ ୧୦,୩୦ ସୁଦ୍ଧା କରିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଥିଲା l ଏହି ମର୍ମରେ ଜଟଣୀ ପୌରପାଳିକାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଉକ୍ତ ନିୟମ ଅନରୂପ ଭାବେ ଲାଗୁ ହୋଇଥିଲା l ତେବେ ମଙ୍ଗଳବାର ଜଟଣୀ ନଗରପାଳ ସରକାରୀ ନୀତିନିୟମ ଉର୍ଦ୍ଧରେ ରହି ମ୍ୟୁନିସିପାଲିଟିର ନଗରଉର୍ନୟନ ବିଭାଗ ଲେଟର ପ୍ୟାଡରେ ପୌର କର୍ମଚାରୀଙ୍କ ଯିବାଆସିବା ସମୟ ଉପରେ ନୋଟିସ ପ୍ରକାଶ କରିବା ସହିତ କର୍ମଚାରୀଙ୍କ ଉପସ୍ଥାନ ତଦାରଖ କରିବା ପାଇଁ ପୌର ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିବାକୁ ନେଇ କର୍ମଚାରୀଙ୍କ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି l ତେବେ ଏ ବାବଦରେ ଦାୟିତ୍ୱରେ ଥିବା ବିଡ଼ିଓ ତଥା ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମତ ନେବାରେ ସେ କହିଥିଲେ ମୁଁ ଏହି ନୋଟିସ ବାବଦରେ କିଛି ଜାଣିନାହିଁ, ଏପରି ହେବାକଥା ନୁହେଁ, ଯିଏ କରିଛନ୍ତି ତାଙ୍କୁ ପଚାରନ୍ତୁ l ତେବେ ମ୍ୟୁନିସିପାଲିଟିରେ ମୁଖ୍ୟ କିରାଣୀ ଆବଶ୍ୟକ ସ୍ଥଳେ ଏହି କାର୍ଯ୍ୟ କରି ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବା କଥା । ଯେହେତୁ ପୌରପାଳିକାରେ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଅଛନ୍ତି ଓ ମୁଖ୍ୟ କିରାଣୀ ମଧ୍ୟ୍ୟ ଅଛନ୍ତି ତେବେ କେଉଁ ଆଧାର ବଳରେ ନଗରପାଳ ନିଜ ପ୍ୟାଡର ବ୍ୟବହାର ନକରି ବିଭାଗୀୟ ଲେଟର ପ୍ୟାଡ଼ରେ ଦସ୍ତଖତ କରି ନୋଟିସ ଜାରି କଲେ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୭/୨୦୨୫---୮,୨୦ Sakhigopal News,31/7/2025