ବିଜେଡି ଓ କଂଗ୍ରେସ ଦଳର ନେତୃବୁନ୍ଦଙ୍କ ନାରୀ ଶୋଷଣ ନୀତି ବିରୋଧରେ ଜନ ଆନ୍ଦୋଳନ
ଜଟଣୀ :--ଭାରତୀୟ ଜନତାଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଂଜନ ବଡ଼ଜେନା ଙ୍କ ନେତୃତ୍ୱରେ ବିଜେଡି ଓ କଂଗ୍ରେସ ଦଳର ନେତୃବୁନ୍ଦଙ୍କ ନାରୀ ଶୋଷଣ ନୀତି (ବଳାତ୍କାର ନୀତି )ବିରୋଧରେ ଜନ ଆନ୍ଦୋଳନ ଓ ବିରୋଧ ପଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଜଟଣୀ ପୋଷ୍ଟ ଅଫିସ ଛକରୁ ମୋ ଜଟଣୀ ପାର୍କ ଠାରୁ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାରି ସ୍ଥାନୀୟ ସୀତାରାମ ଛକ ଠାରେ କୁଶ ପୁତ୍ତଳିକା ଦାହ କରାଯାଇଛି l ଚଳିତ ସମୟରେ ବିଜେଡ଼ିର ଉଦିତ ପ୍ରଧାନ ଏବଂ ଅମରେଶ ଜେନାଙ୍କ ବିରୋଧରେ କଠୋର ଦଣ୍ଡ ପାଇଁ ଦାବି କରାଯାଇଅଛି l ତତ ସହିତ ବିଜେଡି ଓ କଂଗ୍ରେସ ର ନାରୀ ସୁରକ୍ଷା ସମ୍ବନ୍ଧରେ ଏବଂ ନାରୀର ସମ୍ମାନ ସମ୍ପର୍କରେ କୁମ୍ଭୀର କାନ୍ଦଣା ଦୋମୁହାଁ ନୀତିକୁ ଲୋକ ମାନସରେ ଉପସ୍ଥାପନା କରିଛନ୍ତି l ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାଶ, ବିଜେଡି ସଭାପତି ନଵୀନ ପଟ୍ଟନାୟକ ଙ୍କ ଇସ୍ଥପା ଦାବି କରାଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିଶ୍ୱରଂଜନ ବଡ଼ଜେନା, ରାଜ୍ୟ ମୁଖ ପାତ୍ର ସୁଦୀପ୍ତ ରାୟ, ନିକୁଞ୍ଜ ପଟ୍ଟନାୟକ, ରଶ୍ମିମୟୀ ପଟ୍ଟନାୟକ, ପ୍ରବୀଣା ଭଞ୍ଜ, ତିରୁପତି ପାଣିଗ୍ରାହୀ, ପ୍ରଦୀପ ଜେନା, ରଞ୍ଜନ ସାମନ୍ତରାୟ, ପ୍ରଫୁଲ୍ଲ କୁମାର ଦଳାଇ ପ୍ରମ୍ମୁଖ ଯୋଗଦାନ ଦେଇଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୭/୨୦୨୫----୮,୨୫ Sakhigopal News,31/7/2025