ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ୍ୟୁ
କଣାସ --- କଣାସ ବ୍ଲକ ନୂଆଗାଁ ଗ୍ରାମର ଅନିଲ କୁମାର ରାଉତରାୟ ୩୭ବର୍ଷ ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବେଳେ ଟ୍ରାକ୍ଟର ଟି ଆଜି ଦିନ ୧୦ଟା ସମୟରେ ଓଲଟି ପଡିବାରୁ ଅନିଲଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଖବର ନେବାରେ ଜଣାପଡିଛି ଅନିଲ ପାଣିଟ୍ୟାଙ୍କର ବୋଝେଇ ଟ୍ରାକ୍ଟରକୁ ବକୁଠାରୁ ନୂଆଗାଁ ଗ୍ରାମକୁ ନେଉଥିବା ସମୟରେ ପାହିଲୁଣ୍ଡି ନିକଟରେ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ରାସ୍ତାର କରକୁ ଓଲଟିପଡି ଥିଲା । ସେଠାରେ ଅନିଲ ଗୁରୁତ୍ୱର ଭାବେ ଆହାତ ହୋଇପଡିଥିଲେ । ଚିକିତ୍ସା ପାଇଁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅନିଲର ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ । ଖବର ପାଇ ଗଡିଶାଗୋଦା ଥାନା ଅଧିକାରୀ ସୁଧିର ଦାସ ଗଡିଶାଗୋଦା ଥାନାରେ ଏକ ଅପମୃତ୍ୟୁ କେସ୍ ନଂ-୦୫/୨୦୨୫ରେ ମକଦମା ରୁଜ କରିଥିବା ବେଳେ ଖବର ଲେଖା ହେବାସୁଧା ଅନିଲଙ୍କ ଶବ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଡିରହିଥିବା ଜଣାପଡିଛି । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୨୦ା୭ା୨୦୨୫---୮,୧୦ Sakhigopal News, 20/7/2025