ୟୁ ବି ହାଇସ୍କୁଲରେ ପିଟିଏ ବୈଠକ ଓ ଏନସିସି ଚୟନ
ଭଂଜନଗର---- ସ୍ଥାନୀୟ ପି ଏମ ଶ୍ରୀ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଅଭିଯାନର ନିର୍ଦ୍ଦେଶ ଅନୁଯାୟୀ ଏକ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀର ଆବାହକ ତଥା ଅଧ୍ୟକ୍ଷ ଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନ ରଥ । ଶିକ୍ଷକ ଉମାକାନ୍ତ ନାହାକ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଷୟ ବସ୍ତୁ ସମୂହ ସଂପର୍କିତ ଆଲୋଚନା ହୋଇଥିଲା । ଆସ ସ୍କୁଲ ଯିବା ,ଛାତ୍ର ଛାତ୍ରୀ ମହିଳା ମାନଙ୍କ ନିମନ୍ତେ ନିରାପତ୍ତା ସୁନିଶ୍ଚିତ କରିବା । ମା' ଙ୍କ ନାମରେ ଗଛଟିଏ , କିଶୋରୀ ମାନଙ୍କ ପାଇଁ ଇଂସୀନେରେଟର ଭେଣ୍ଡିଙ୍ଗ ମେସିନ , ସ୍ୱଚ୍ଛତା ପକ୍ଷ ପାଳନ , ସୁରଭି ,ଭିନ୍ନ କ୍ଷମ ଶିକ୍ଷାର୍ଥୀ ଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ , ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ପୋଷାକ ଜୋତା ଆଦି ବଣ୍ଟନ , କ୍ୟାରିୟର ଗଠନ ରେ ପିତା ମାତା ଙ୍କ ଭୂମିକା , ଆପାର ଆଇଡି , ପରୀକ୍ଷା ପେ ଚର୍ଚ୍ଚା, , ସାଇବର ସଚେତନତା ସୃଷ୍ଟି, ବିଦ୍ୟାଳୟ କଂପୋଜିଟ୍ ଅନୁଦାନ ଖର୍ଚ୍ଚ, ଗୁଣାତ୍ମକ ଶିକ୍ଷାଦାନ ପ୍ରକ୍ରିୟା , ମାଟ୍ରିକ ପରୀକ୍ଷାରେ ପାସ୍ ହାର ବୃଦ୍ଧି ଏବଂ ବିଦ୍ୟାଳୟ ସର୍ବାଙ୍ଗୀନ ବିକାଶ ରେ ପିତା ମାତା ଙ୍କ ସହଯୋଗ ଆଦି ବିଷୟରେ ଅଭିଭାବକ ମାନଙ୍କ ଗଠନମୂଳକ ପଦକ୍ଷେପ ଆହ୍ବାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ସୁନୀତା କୁମାରୀ ଦାସ, ସଭ୍ୟ ରଶ୍ମିତା ଖାଡଙ୍ଗା , ସ୍ବର୍ଣ୍ଣ ଲତା ସାହୁ, ଭାରତୀ ପ୍ରଧାନ ଙ୍କ ସମେତ ପ୍ରାୟ ୬୧ ଜଣ ପିତାମାତାଙ୍କ ସହ ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର ,ପ୍ରଶାନ୍ତ କୁମାର ପ୍ରଧାନ , ସସ୍ମିତା ନାୟକ , ବିଳାସିନୀ ଜେନା , ସ୍ୱପ୍ନେଶ୍ୱରୀ ଦିଗାଲ୍ , ଶଙ୍କର ପ୍ରସାଦ ପଟନାୟକ , ଅମିତ କୁମାର ବେହେରା , ବିଷ୍ଣୁ ପ୍ରିୟା ସ୍ୱାଇଁ , ଜ୍ୟୋତ୍ସ୍ନା ରାଣୀ ନାୟକ , ନମିତା କୁମାରୀ ବିଷୋୟୀ ,ସନ୍ତୋଷ କୁମାର ବେହେରା , ସୁନିଲ୍ ବେହେରା, ବନିତା ସ୍ବାଇଁ , କାଜଲ ବେହେରା, ଶୁଚିସ୍ମିତା ପ୍ରଧାନ, ଗଙ୍ଗାକଲ୍ଯାଣୀ କହଁର, ବିଭୁ ମହିମା ପ୍ରଧାନ ଯୋଗ ଦେଇ ଥିଲେ । ଏହି କାର୍ଯ୍ୟ କ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିବା ସହିତ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥି ସହିତ ୨ ଓଡିଶା ବାଟାଲିୟନ ଏନ ସି ସି , ବ୍ରହ୍ମ ପୁର ରୁ ଦୁଇ ଜଣ ଭାରତୀୟ ସେନା ର ପଦସ୍ଥ ପି ଆଇ ଷ୍ଟାଫ ସୁବେଦାର ଜୀବନ ଓ ଏନ ସି ଓ ଅମିନ ଏନ ସି ସି ଆର୍ମି କ୍ୟାଡେଟ ଚୟନ ନିମନ୍ତେ ଆସି ବିଦ୍ୟାଳୟ ର ଏନ ସି ସି ଆର୍ମି ସେକେଣ୍ଡ ଅଫିସର ଶ୍ୟାମା ପ୍ରସାଦ ମିଶ୍ର ଙ୍କ ସହାୟତା ରେ କ୍ୟାଡେଟ ଚୟନ କରିଛନ୍ତି । ଏଥି ସହିତ ଏହି ଠାରେ ସମଗ୍ର ଶିକ୍ଷା , ଗଂଜାମ ତରଫରୁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଅନୁକୂଲ୍ୟ ରେ ଭିନ୍ନ କ୍ଷମ ନିର୍ଧାରଣ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୩୧/୭/୨୦୨୫----୮,୪୫ Sakhigopal News,31/7/2025