Breaking News

ଛଅ ପ୍ରାଣି କୁଟୁମ୍ବ ଧରି ଦିଜରାଜ ପଲିଥିନି ତଳେ ; ଆବାସ ଯୋଜନା ମିଳିବ କେବେ





କଣାସ---- କେନ୍ଦ୍ର ଓ ରାଜ୍ୟସରକାର କୌଣସି ଦିନ ମଜୁରିଆ ଓ ଗରିବଲୋକକୁ ଆବାସ ଯୋଜନା ଯୋଗାଇ ଦିଆଯାଉଥିବା ଗଣମାଧ୍ୟମରେ ଡେଙ୍ଗୁରା ପିଟୁଥିବା ବେଳେ ପୁରୀ ଜିଲ୍ଲା କଣାସ ବ୍ଲକ ଗଡିଶାଗୋଦା ଗ୍ରାମପଞ୍ଚାୟତର ଗଡିଶାଗୋଦା ଗ୍ରାମର ଦିଜରାଜ ପଲେଇ ଛଅ ପ୍ରାଣି କୁଟୁମ୍ବ ଧରି ପିଲିଥିନି ଛାତ ଓ ବାଉଁଶ ତାଟିର କାନ୍ଥ ତଳେ ରହୁଥିବା ଦେଖିବାକୁ ମିଳିଛି । ଦିଜରାଜ ଜଣେ ଦିନମଜୁରିଆ ହୋଇଥିବା ବେଳେ ବାରମ୍ବାର ଆବାସଗୃହ ପାଇଁ ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କ ନିକଟରେ ଦରଖାସ୍ତ କରି କରି ଶେଷରେ ନିରାସ ହୋଇରହିଥିବା ଜଣାପଡିଛି । ଦିଜରାଜ ଦୀର୍ଘ ୨୦ବର୍ଷ ଧରି ସରପଞ୍ଚ ଓ ଅଧିକାରୀମାନଙ୍କୁ ଜଣାଇ ଆସିଥିଲେ ମଧ୍ୟ କେହି ତାଙ୍କ କଥା କର୍ଣ୍ଣପାତ କରି ନଥିବା କୁହନ୍ତି । ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ ମଧୁସୁଦନ ବେହେରାଙ୍କୁ ପଚାରିବାରୁ ସେକୁହନ୍ତି ସେ ପୂର୍ବ ସରପଞ୍ଚମାନଙ୍କୁ ବହୁଥର ଆବାସଗୃହ କରିବା ପାଇଁ ନିବେଦନ କରିଛନ୍ତି । କିନ୍ତୁ କେହି ତାଙ୍କ କଥା ଶୁଣିନାହାନ୍ତି । ମୋତେ ଏବେ କହିବାରୁ ମୁଁ ତାଙ୍କ ନାମ ଗ୍ରାମସଭାରେ ପୁରାଇଛି । ସେହିପରି ବିଡିଓ ସୌମ୍ୟରଂଜନ ସ୍ୱାଇଁଙ୍କୁ ଏ ସଂପର୍କରେ ପଚାରିବାରୁ ସେକୁହନ୍ତି ମୁଁ ତଦନ୍ତ କରିବାକୁ ଯାଇଥିଲି ଦିଜରାଜ ପରିବାର ଧରି ଜରିପାଲ ତଳେ ରହିଥିବା ଦେଖିଛି । ତୁରନ୍ତ ତାଙ୍କୁ କିପରି ଆବସଗୃହ ଯୋଗାଇ ଦିଆଯିବ ସେଥିପ୍ରତି ଦୃଷ୍ଟିଦେଇଛି । କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୨୮ା୭ା୨୦୨୫---୮.୧୦      Sakhigopal News, 28/7/2025

Blog Archive

Popular Posts