Breaking News

କୋଣାର୍କ ସୂର୍ଯ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଆଳତି


କୋଣାର୍କ ---ପବିତ୍ର ଶ୍ରାବଣ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି ଅବସରରେ "କୋଣାର୍କ ସୂର‌୍ୟ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ଚନ୍ଦ୍ରଭାଗା ସମୁଦ୍ର କୂଳରେ ସୂର୍ଯ୍ୟ ଆଳତି ଅନୁଷ୍ଠିତ ହୋଇଯାଇଛି । ପଞ୍ଜିକାନୁଯାୟୀ ପ୍ରତ୍ୟୁଷ ୫ ଟା୨୦ ମିନିଟ୍ ସମୟରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସୂର୍ଯ୍ୟ ପୂଜା, ବନ୍ଦାପନା ଓ ସୂର୍ଯ୍ୟ ଉଦୟ ପରେ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଓ ଧର୍ମିୟ ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ସୂର୍ଯ୍ୟ ଆଳତି କାର୍ଯ୍ୟକ୍ରମ । ଟ୍ରଷ୍ଟର ମାର୍ଗଦର୍ଶକ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ସଭାପତି ପ୍ରଫୁଲ୍ଲ କୁମର ପାତ୍ରଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସମସ୍ତ ସଭ୍ୟ ଓ ସଭ୍ୟା ଓ ଚନ୍ଦ୍ରଭାଗାରେ ଉଦୟକାଳିନ ସୂର୍ଯ୍ୟଙ୍କୁ ଦର୍ଶନ କରିବା ସହ ଶ୍ରଦ୍ଧାଳୁ ମାନେ ମଧ୍ୟ ସାମିଲ୍ ହୋଇ  ଆଳତି କରିଥିଲେ । ଅତିଥି ଭାବେ ପ୍ରଫେସର ହରମୋହନ ମିଶ୍ର, କୋଷାଧ୍ୟକ୍ଷ ସଞ୍ଜୟ ବରାଳ, ବାନର ସେନାର ସମ୍ପାଦକ ପ୍ରକାଶ ଚନ୍ଦ୍ର ଖଟୋଇ, ଅଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ, ଶ୍ରୀଧର ନାୟକ, ପ୍ରଶନ ତ୍ରିପାଠୀ, ପ୍ରତାପ ରାଉତ, ସାଂସଦଙ୍କ ପ୍ରତିନିଧି ମଙ୍ଗରାଜ ମୁଦୁଲି, ଓ ସୁକାନ୍ତ କୁମାର ନାଏକ, ଅଜିତ୍ କୁମର ମଲ୍ଲିକ, ରିବିନ୍ଦ୍ରନାଥ ପ୍ରଧାନ, ନିରଞ୍ଜନ ତ୍ରିପାଠୀ, ବିରଞ୍ଚି ରଥ ଙ୍କ ସମେତ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ହୋଇ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ । କୋଣାର୍କ ରୁ ଅଜିତ ମଲିକଙ୍କ ରିପୋର୍ଟ,୨୦/୭/୨୦୨୫---୮,୨୫ 

  Sakhigopal News, 20/7/2025

Blog Archive

Popular Posts